
୧୩ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ସମ୍ବିଧାନ ଦିବସ ନଭେମ୍ବର ୨୬ ତାରିଖ କୁ ଦୃଷ୍ଟି ରେ କନ୍ଧମାଳ ଜ଼ିଲ୍ଲା ଫୁଲବାଣୀ ସଦର ମହକୁମାରେ ଡ଼ଃ ଭୀମ ରାଓ ଆମ୍ବେଦକର ସ୍ମୃତି କମିଟି ତରଫରୁ ସଭାପତି ସମୀର ଘଟାଲ ଙ୍କ ଅଦକ୍ଷ୍ୟତାରେ ଏକ ସାମ୍ବାଦିକ ସମ୍ମିଳନୀ କୁଇ ସମାଜ ସେବା ସମିତି କକ୍ଷ ଠାରେ ଆୟୋଜିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଧେଶ୍ୟ କନ୍ଧମାଳ ଜ଼ିଲ୍ଲା ର ପ୍ରତ୍ୟେକ ଟି କୋଣ ଅନୁକୋଣ ମାନଙ୍କରେ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ଗାଥା,ବାଣୀ,ନୀତି ଆଦର୍ଶ ଓ ସାମ୍ବିଧାନିକ ଅଧିକାର କିଭଳି ଭାବ ରେ ପହଂଚି ପାରିବ ଏହି ସାମ୍ବାଦିକ ସମ୍ମିଳନୀ କରିବା ର ମୁଖ୍ୟ ଉଧେଶ୍ୟ ବୋଲି ସଭାପତି ସମୀର ଘଟାଲ ପ୍ରକାଶ କରୁଛନ୍ତି l

