୧୩ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପଞ୍ଚକ ମହୋତ୍ସବର ଦ୍ବିତୀୟ ସଂଧ୍ଯାରେ ବଡଦାଣ୍ଡ ମା ମାଉସୀ ମା ଙ୍କ ପୀଠ ରେ ଅନୁଷ୍ଠିତ ଶ୍ରୀକଳା ନୃତ୍ୟ ଅନୁଷ୍ଠାନ ର ଆକର୍ଷଣୀୟ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା l ଶହ ଶହ ହବିଷିଆଳି ବୃଦ୍ଧାମାନଙ୍କର ଭକ୍ତିରେ ଭାବବିହ୍ବଳ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଶ୍ରୀମନ୍ଦିର ବରିଷ୍ଠ ସେବାୟତ ଭଗବାନ ସୁଆର ଶ୍ରୀଜଗନ୍ନାଥଙ୍କ ନିକଟରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରି ମହାପ୍ରଭୁଙ୍କ ଅଙ୍ଗେନିଭା କଥା କହିବା ସହ ମହାପ୍ରଭୁଙ୍କ ପାଖରେ ସମସ୍ତେ ଭାବ ଭକ୍ତିରେ ସମର୍ପଣ ହୋଇ କୃପା ଲାଭ କରନ୍ତୁ ବୋଲି କହିଥିଲେ ।

