ଆଇ.ଏମ.ଟି ଫାର୍ମସୀ କଲେଜ ରେ ରକ୍ତଦାନ ଶିବିର ପ୍ରଥମ ଥର ପାଇଁ ୨୨ ଜଣ ରକ୍ତଦ।ନ କଲେ

୧୩ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍  ) ପୁରୀ  :->  ଗୋପାଳପୁର ସ୍ଥିତ ଓଡିଶାର ଅନ୍ୟତମ ପୁରାତନ ପ।ରା ମେଡିକାଲ ଶିକ୍ଷାନୁଷ୍ଠାନ ଆଇ.ଏମ.ଟି ଫାର୍ମ।ସୀ କଲେଜରେ ଏକ ରକ୍ତଦ।ନ ଶିବିର ଆଜି ଅନୁଷ୍ଟିତ ହୋଇଯାଇଛି । ପୁରୀ ବ୍ଲଡ ବ୍ୟାଙ୍କ ଓ କଲେଜର ଯୁବ ରେଡକ୍ରସ ଶାଖାର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ରକ୍ତଦ।ନ ଶିବିରକୁ ଅନୁଷ୍ଠାନର ପ୍ରତିଷ୍ଠ।ତା ଡାଃ ବିଶ୍ଵନାଥ ରଥ ଉଦଘାଟନ କରିଥିଲେ । ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସ୍ଵେଚ୍ଛାକୃତ ଭାବରେ ରକ୍ତଦ।ନ କରିଥିଲେ ।

ଏହି ରକ୍ତଦ।ନ ଶିବିରରୁ ୭୯ ଇଉନିଟ ରକ୍ତ ସଂଗ୍ରହ କରାଯାଇଥିଲା  |  ୨୨ ଜଣ ଛାତ୍ର ଛାତ୍ରୀ ପ୍ରଥମଥର ପାଇଁ ରକ୍ତଦ।ନ କରିଥିବା ବିଷୟଟି ସମସ୍ତଙ୍କୁ ଉତ୍ସାହିତ କରିଥିଲା । ଅନୁଷ୍ଠ।ନର ନିର୍ଦ୍ଦେଶକ ମନୋଜ ରଥ, ଡ଼. ଅନ୍ନଦା ପ୍ରସାଦ ମହାପାତ୍ର, ଅଧ୍ୟକ୍ଷ ଅଗ୍ନିମିତ୍ର ଦିଣ୍ଡା, ନିର୍ଦ୍ଦେଶିକା ଦେବସ୍ମିତା ରଥ, ନିର୍ଦ୍ଦେଶକ ଡ଼. ପ୍ରକାଶ ଚନ୍ଦ୍ର ସେନାପତି, ଉପାଧ୍ୟକ୍ଷ ଦେବାଶିଷ ମିଶ୍ର, ଯୁବ ରେଡ଼କ୍ରସ କାଉନ୍ସିଲର ଅଧ୍ୟାପକ ଦେବଦତ୍ତ ସାହୁ, ଅଧ୍ୟାପକ ଦେବାଶିଷ ଦାସ, ଜଗନ୍ନାଥ ପ୍ରସାଦ ମିଶ୍ର, ସ୍ନେହାସିସ ତ୍ରିପାଠୀ, ଅଧ୍ୟାପିକା ଅଳକା କର, ସହାୟକ ନିରଞ୍ଜନ ନାୟକ,

ଆଦିତ୍ୟ ପ୍ରଧାନ, ଲକ୍ଷ୍ମୀନାରାୟଣ ସେଠୀ ପ୍ରମୁଖ ପରିଚାଳନା କରିଥିଲେ । ପୁରୀ ବ୍ଲଡ ବ୍ୟାଙ୍କ ତରଫରୁ ବି.ବି.ଓ ଦୀପକ ସାହୁ, କାଉନ୍ସିଲର ପ୍ରୀତିରଞ୍ଜନ ନାୟକ, ଡି.ଈ.ଓ ମୋନୋରଞ୍ଜନ ଭୋଇ, ଲାବୋରେଟୋରୀ ଟେକନିସିଆନ ସସ୍ମିତା ଦାସ, ନର୍ସିଂ ଅଫିସର ମଙ୍ଗଳା ପ୍ରସାଦ ଦିକ୍ଷିତ, ଅମିତ ପାଢୀ, ଜିତେନ୍ଦ୍ର ନାୟକ, ପ୍ରବିଣ କୁମାର ନାୟକ, ପ୍ରିୟାଂଶୁ ଭଞ୍ଜ ଉପସ୍ଥିତ ରହି ରକ୍ତ ଗ୍ରହଣ କରିଥିଲେ । ପରିଶେଷରେ ପୁରୀ ବ୍ଲଡ ବ୍ୟାଙ୍କ ତରଫରୁ ଆଇ.ଏମ.ଟି ଫାର୍ମ।ସୀ କଲେଜକୁ ଏକ ଟ୍ରଫି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

 

Exit mobile version