୧୩ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :-> ବେଗୁନିଆ ବେଗୁନିଆ ଓ ଜଂକିଆ ଥାନା ଅଞ୍ଚଳରେ ଦେଶୀ ମଦ ତିଆରି ଓ ବିକ୍ରୀବଟା ଦିନକୁ ଦିନ ବଢ଼ି ଚାଲିଛି । ବେଗୁନିଆ ଥାନା ଅନ୍ତର୍ଗତ ଅସରଳା,ବଡ଼ନୟାପଲ୍ଲୀ ,ଚଟୁଆ ,ରାସୋଳ, କଣ୍ଟାବାଡ, ଭୋଗଡା, ବରପଦା ପ୍ରମୁଖ ଗାଁ ଘଞ୍ଚ ଜଙ୍ଗଲ, ନଈ ପଠା ଆଦି ନିଛାଟିଆ ସ୍ଥାନରେ ଓ ଜଂକିଆ ଥାନା କଲରାଝର ନିକଟସ୍ଥ ଜଂଗଲରେ ମଦମାଫିଆ ମାନେ ନିରାପଦ ମଣି ଦେଶୀ ମଦ ତିଆରି କରି ବିଭିନ୍ନ ଅଞ୍ଚଳରେ ଚୋରାଚାଲାଣ କରି ବେଶ ଭଲ ମୁନଫା କମାଉଛନ୍ତି।ବେଗୁନିଆ ଓ ଜଂକିଆ ଥାନା ଅଞ୍ଚଳ ମାଫିଆଙ୍କ ଭୁସ୍ୱର୍ଗ ।

