୧୩ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବିଧାୟକଙ୍କ ପାଇଁ ନିର୍ମାଣ ହେଉଥିବା ବହୁତଳ କ୍ଵାଟର ନିର୍ମାଣ କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କଲେ ବାଚସ୍ପତି । ଦୁଇ ଥର ରିଭ୍ୟୁ କଲା ପରେ ବି କାମ ସନ୍ତୋଷଜନକ ନୁହେଁ ବୋଲି କହିଛନ୍ତି ବାଚସ୍ପତି । ପୂର୍ବରୁ କିଛି ନିଷ୍ପତ୍ତି କାରଣରୁ ଏହି କାର୍ଯ୍ୟରେ ମନ୍ଥର ଆସିଛି । ବାଚସ୍ପତି କହିଛନ୍ତି ଆମେ ଆଶା କରୁଛୁ, ୨୦୨୫ ଶେଷ ସୁଦ୍ଧା ସରିବ ବିଧାୟକଙ୍କ ବହୁତଳ କ୍ଵାର୍ଟର କାମ । ଯେଉଁମାନଙ୍କ ପାଇଁ କ୍ଵାର୍ଟରର ବ୍ୟବସ୍ଥା ନାହିଁ ବା କ୍ଵାଟର ପାଇନାହାନ୍ତି ସେମାନେ ମାସକୁ ୩୦ ହଜାର ଟଙ୍କା ପାଇବେ । ଶୀଘ୍ର କାମ ସାରିବା ପାଇଁ ଟାର୍ଗେଟ ତାରିଖ ଦିଆଯାଇଛି ।

