ଫୁଲନଖରା ମର୍ଣ୍ଣି ମିଟ୍ ପକ୍ଷରୁ ଇଞ୍ଜିନିୟର ସତ୍ଯଜୀତ ଦଳାଇଙ୍କୁ ସମ୍ବର୍ଦ୍ଧନା

୧୨ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍  ) କଟକ  :-> କଟକ ସଦର ଥାନା ଅନ୍ତର୍ଗତ ଫୁଲନଖରା ନିକଟସ୍ଥ ମୁଗଭଙ୍ଗା ଗ୍ରାମର ଯୁବ ଇଞ୍ଜିନିୟର ସତ୍ୟଜୀତ ଦଳାଇ ଭାରତୀୟ ରୋଡ଼ କଂଗ୍ରେସ ପରିଷଦର ଦଶ ଜଣିଆ ସଦସ୍ୟ କମିଟିକୁ ମନୋନୀତ ହୋଇଛନ୍ତି । ଏହି ଖୁସି ଖବର ପାଇ ଫୁଲନଖରା ମର୍ଣ୍ଣି ମିଟ ପକ୍ଷରୁ ସମସ୍ତ ସଦସ୍ୟ ଇଞ୍ଜିନିୟର ଶ୍ରୀ ଦଳାଇଙ୍କୁ ପୁଷ୍ପଗୁଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ମର୍ଣ୍ଣି ମିଟ୍ ର ସଭାପତି ପ୍ରଶାନ୍ତ କୁମାର ମହାନ୍ତି, ଟିଟନ ସାହୁ , ସୁଧିର କୁମାର ପଟ୍ଟନାୟକ, ଅନିଲ କୁମାର ମହାନ୍ତି, ବିନୟ କୁମାର ଜେନା, ହେମନ୍ତ କୁମାର ସାହୁ, ଗଗନ ପାଢ଼ୀ, ଜୁଗଳ ସାହୁ, ପ୍ରଦିପ କୁମାର ଦାସ, ରବିନ୍ଦ୍ର ସାହୁ , କରିମ ସା, ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ରହି ଇଞ୍ଜିନିୟର ସତ୍ୟଜୀତ ଦଳାଇଙ୍କୁ ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ ।

ଛତିଶଗଡର ରାୟପୁର ଠାରେ ଅନୁଷ୍ଠିତ ହୋଇଯାଇଥିବା ୮୩ ତମ ଭାରତୀୟ ସଡକ କଂଗ୍ରେସ ବୈଠକରେ ନବମ (ପିଆଇ) ରୁଲ୍ ଅନୁଯାୟୀ ପରିଷଦର ନିର୍ବାଚନରେ ଓଡିଶାର ପ୍ରାର୍ଥୀ ଇଂଞୀନିୟର ସତ୍ଯଜୀତ ଦଳାଇ ଦଶ ଜଣିଆ ଜାତୀୟ କମିଟିକୁ ମନୋନୀତ ହୋଇଛନ୍ତି । ବର୍ତ୍ତମାନ ଇଂ ସତ୍ଯଜୀତ ଦଳାଇ ଗ୍ରାମ୍ଯ ଉନ୍ନୟନ ବିଭାଗର ଗ୍ରାମ୍ଯ ନିର୍ମାଣ ବିଭାଜନ ନିମାପଡାରେ ଅଧିକ୍ଷଣ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତ ।

ଏହି ପରିଷଦରେ ଗୋଟିଏ ବର୍ଷ ପାଇଁ ସେ ଅନ୍ଯାନ୍ଯ ରାଜ୍ୟରୁ ନିର୍ବାଚିତ ନଅ ଜଣ ସଦସ୍ଯଙ୍କ ସହ ମିଳିତ ଭାବେ ସର୍ବ ଭାରତୀୟ ସ୍ତରରେ ବିଭିନ୍ନ ପ୍ରକାରର ବୈଷୟିକ ନିଷ୍ପତ୍ତି ଅନୁମୋଦନ କରିବେ। ଇଂ ସତ୍ଯଜୀତ ଦଳାଇଙ୍କ ତତ୍ତ୍ବାବଧାନରେ ଓଡିଶାର ମହାନଦୀ, ଖରସ୍ରୋତା, ଦେବୀ, ଚିତ୍ରୋତ୍ପଳା ଆଦି ପ୍ରମୁଖ ନଦୀଗୁଡିକ ସହ ଅନ୍ଯାନ୍ଯ ଛୋଟବଡ ନଦୀନାଳ ଉପରେ ଓଡିଶା ସରକାରଙ୍କ ଅନେକ ସେତୁ ନିର୍ମାଣ ହୋଇଅଛି। ତତ଼ସହିତ ଇଂ ଦଳାଇ ପାଖାପାଖି ୨୨୩୦ କିମି ଗ୍ରାମ୍ଯ ସଡକ ନିର୍ମାଣ ଓ ମରାମତି କରିଛନ୍ତି।

Exit mobile version