ବାଙ୍କୀ କଲେଜରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆନ୍ତଃ ମହାବିଦ୍ୟାଳୟସ୍ତରୀୟ ମହିଳା ଖୋଖୋ ଟୁର୍ଣ୍ଣାମେଣ୍ଟ୍ – ସରକାରୀ କ୍ରୀଡା ଶିକ୍ଷା ମହାବିଦ୍ୟାଳୟ ଚମ୍ପିୟାନ୍

୧୨ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍  ) ବାଙ୍କୀ :-> ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡିଆ ଠାରେ ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ମହିଳା ଖୋ ଖୋ ଟୁର୍ଣ୍ଣାମେଣ୍ଟ୍ ରେ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ୍‌ରେ ୯ଗୋଟି ମହାବିଦ୍ୟାଳୟର ମହିଳା ଖୋ ଖୋ ଟିମ୍ ଯୋଗଦାନ କରିଥିଲେ । ସେଥିମଧ୍ୟରୁ ସରକାରୀ କ୍ରୀଡା ଶିକ୍ଷା ମହାବିଦ୍ୟାଳୟ ଭୁବନେଶ୍ୱର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ମହିଳା ଖୋ ଖୋ ଟିମ୍ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟ ତୃତୀୟ ଓ ହଳଦିଆ ସ୍ନାତକ ମହାବିଦ୍ୟାଳୟ ୪ର୍ଥ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟ୍‌କୁ ପରିଚାଳନା କମିଟି ସଦସ୍ୟ ସମରେନ୍ଦ୍ର ମହାପାତ୍ର ଉଦ୍‌ଘାଟନ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ।ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତିଙ୍କ ସଭାପିତ୍ୱରେ ଅନୁଷ୍ଠିତ ଉକ୍ତ ପ୍ରତିଯୋଗିତାରେ ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ନିରଞ୍ଜନ ରାଉତରାୟ, ପ୍ରାଧ୍ୟାପକ ପ୍ରମୋଦ କୁମାର ପଣ୍ଡା, କ୍ରୀଡା କ୍ଲବର ଉପସଭାପତି ଅଧ୍ୟାପକ ଯୁଗୋଳ କିଶୋର ମଣ୍ଡଳ, ଅଧ୍ୟାପିକା ଚିନ୍ମୟୀ ମିଶ୍ର ଓ ଡକ୍ଟର ଅଭିମନ୍ୟୁ ରଣା ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ । ସେହିପରି ଉଦ୍‌ଯାପନୀ ଉତ୍ସବରେ ମହାବିଦ୍ୟାଳୟର ଉପାଧ୍ୟକ୍ଷା ପ୍ରାଧ୍ୟାପିକା ମିନତୀ ଧିର ଓ ଡକ୍ଟର ଶଶିଭୂଷଣ ମହାପାତ୍ର ଅତିଥି ଭାବେ ଯୋଗଦାନ କରି ବିଜେତାମାନଙ୍କୁ ପୁରଷୃତ କରିଥିଲେ । ଅନ୍ୟତମ ପ୍ରଶାସନିକ ଅଧିକାରୀ ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ ସ୍ୱାଗତ ଭାଷଣ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ୍ କୁ କ୍ରୀଡା ଅଧ୍ୟାପକ ରବିନାରାୟଣ ପ୍ରଧାନ ପରିଚାଳନା କରିଥିବା ବେଳେ ନିରଞ୍ଜନ ସାହୁ, କୃପାସିନ୍ଧୁ ପ୍ରଧାନ , ଦିଲ୍ଲୀପ୍ କୁମାର ସାହୁ ଓ ଜିତେନ୍ଦ୍ର ଦେଓ ସହଯୋଗ କରିଥିଲେ ।

Exit mobile version