ବାଙ୍କୀ କଲେଜର ଜାତୀୟ ଶିକ୍ଷା ଦିବସ ପାଳିତ

୧୨ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଶିକ୍ଷା ବିଭାଗ ଆନୁକୁଲ୍ୟରେ ଜାତୀୟ ଶିକ୍ଷା ଦିବସ ଓ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲନା ଅବୁଲ୍ କାଲାମ୍ ଆଜାଦ୍‌ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ଅଧ୍ୟାପକ ସୁକାନ୍ତ କୁମାର ମହାପାତ୍ର ସଭାପତିତ୍ୱ କରିବା ସହିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ କଲେଜ ପରିଚାଳନା କମିଟିର ସଦସ୍ୟ ସମରେନ୍ଦ୍ର ମହାପାତ୍ର ଯୋଗଦାନ କରି ଆଜାଦ୍‌ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ।ମୁଖ୍ୟବକ୍ତା ଭାବେ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ଯୋଗଦାନ କରି ଜାତୀୟ ଶିକ୍ଷା ଦିବସର ତାତ୍ପର୍ଯ୍ୟ ଉପରେ ମତପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ଡକ୍ଟର ଶଶିଭୂଷଣ ମହାପାତ୍ର, ଅଧ୍ୟାପିକା ଜ୍ୟୋର୍ତିମୟୀ ପାଢୀ, ଅଧ୍ୟାପିକା ଶିବାନୀ ଦେବଦର୍ଶିନୀ ପ୍ରଧାନ ଓ ଅଧ୍ୟାପିକା ଦୁର୍ଗେଶ୍ୱରୀ ନାୟକ ପ୍ରମୁଖ ଯୋଗଦାନ କରି ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ରୀତୁ ରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version