Home ଓଡ଼ିଶା ଛେଳିଗଡ଼ ସରକାରୀ ହାଇସ୍କୁଲରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୨ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ମଙ୍ଗଳବାର ଦିନ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ସରକାରୀ ଉଚ୍ଚ ବିଦ୍ୟାଳୟ ଛେଳିଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି | ଉଦଘାଟନୀ ଉତ୍ସବରେ ଆର, ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସନ୍ତୋଷୀ ପାଇକ ସମ୍ମାନିତ ଅତିଥି ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଆମ୍ପୁଲ ରବି କୁମାର ମୁଖ୍ୟ ବକ୍ତା ଗୋଷ୍ଠୀ ଶିକ୍ଷ୍ୟାଧିକାରୀ ଶ୍ରୀ ବୀରେନ୍ଦ୍ର କୁମାର ମଣ୍ଡଳ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷ୍ୟାଧିକାରୀ ଶ୍ରୀ ଯୁଧିଷ୍ଠିର ବେହେରା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ | ବ୍ଲକର ସମସ୍ତ CRC, ମାର୍ଗଦର୍ଶକ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ସହ 7 ଟି ବିଭାଗରୁ ପ୍ରାୟ 104 ଟି ପ୍ରକଳ୍ପ ସ୍ଥାନ ପାଇଥିଲା | ସେଥିମଧ୍ୟରୁ ଆଗାମୀ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିବା ପାଇଁ 7ଟି ପ୍ରକଳ୍ପ ମନୋନୀତ ହୋଇଥିଲା | Food, Health & Higene ରେ ରାମଗିରି ହାଇସ୍କୁଲର ଖୁସି କିଙ୍ଗଲ Transport & Comunication ରେ ଛେଲାଗଡ଼ ହାଇସ୍କୁଲର ନରେନ ରାଇକା Natural Forming ରେ ରଣ୍ଡିଵା ହାଇସ୍କୁଲର ରୁଦ୍ର ପ୍ରକାଶ ପାଣିଗ୍ରାହୀ Disaster Manegement ରେ ଛେଳିଗଡ଼ ହାଇସ୍କୁଲର ବସନ୍ତ କୁମାର ସାହୁ Mathmetical Modeling ରେ ଛେଳିଗଡ଼ ଆଦର୍ଶ ବିଦ୍ୟାଳୟ ର ସାଇ ରଞ୍ଜନ ଗନ୍ତାୟତ Waste Management ରେ ମଙ୍ଗରାଜପୁର ହାଇସ୍କୁଲର ଅନୁସ୍ମିତା ଗମାଙ୍ଗ Resource Management ରେ ତବରସିଂ ହାଇସ୍କୁଲର ଦିଲେଶ୍ଵର ଦଳାଇ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି |ବାଲ ବୈଜ୍ଞାନିକ ପ୍ରଦର୍ଶନର ବିଚାରକ ରୂପେ ଶ୍ରୀ ନାରାୟଣୀ ରଞ୍ଜନ ସାହୁ ଓ ଶ୍ରୀ ବାଲକୃଷ୍ଣ ବାଗସିଂ ଯୋଗ ଦେଇଥିବା ବେଳେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନର ବିଚାରକ ଭାବେ ଶ୍ରୀ ପ୍ରଫୁଲ୍ଲ କୁମାର ବରାଡ଼ ଓ ଶ୍ରୀ ଜ୍ୟୋତି ପ୍ରସାଦ ପାତ୍ର ଯୋଗଦେଇ ଜୁନିଅର ଓ ସବଜୁନିଅର ବିଭାଗରୁ ତିନି ଜଣ ଲେଖାଏଁ ଙ୍କୁ ବ୍ଲକ ସ୍ତରରେ ମନୋନୀତ କରିଥିଲେ | ଜୁନିଅର ଗ୍ରୁପରୁ କେ. ଏମ ଭାଲିଆସାହି ହାଇସ୍କୁଲର ସରସ୍ବତୀ ଦଳବେହେରା ପ୍ରଥମ ଛେଳିଗଡ଼ ହାଇସ୍କୁଲର କଣ୍ଢେଇ ରାଣୀ ଅଧିକାରୀ ଦ୍ଵିତୀୟ ମଙ୍ଗରାଜପୁର ହାଇସ୍କୁଲର ଆସେଲ ରଇତ ତୃତୀୟ ସ୍ଥାନ ଅଧିକାର କରିଥିଲେ ସେହିପରି ସୁବିଜୁନିଅର ଗ୍ରୁପରେ ରା ଉଦୟଗିରି ଗୋପବନ୍ଧୁ ବିଦ୍ୟାପୀଠର ସୁଶ୍ରୀ ପ୍ରୀୟ ଦର୍ଶନୀ ସୁବୁଦ୍ଧି ପ୍ରଥମ କାନକଟା ଉ. ପ୍ରା ବିଦ୍ୟାଳୟର ବସ୍ତ୍ରୀରାଣୀ ରଇତ ଦ୍ଵିତୀୟ ଅବାରସିଂ ଆଶ୍ରମ ବିଦ୍ୟାଳୟର ଜୁନିତା ଶବର ତୃତୀୟ ସ୍ଥାନରେ ମନୋନୀତ ହୋଇଥିଲେ | ରାଜ୍ୟ ପୁରସ୍କୃତ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ମଞ୍ଚ ସଂଯୋଜନା କରିଥିବା ବେଳେ ବିଜ୍ଞାନ ଶିକ୍ଷକ sri ଭାଗିରଥି ପରିଡା ଧନ୍ୟବାଦ ଅର୍ପଣ କରିଥିଲେ | ଉଦଯାପନୀ ଉତ୍ସବରେ ଭାଲିଆସାହି ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ ରାମ ଦଳବେହେରା ଟୀକାମାଳ ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ ଅଭୟ କୁମାର ଦାସ ମହେନ୍ଦ୍ରଗଡ଼ ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ନାହାକ ରଣ୍ଡିଵା ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ କୃଷ୍ଣଚନ୍ଦ୍ର ସାହୁ ଯୋଗଦେଇଥିଲେ | କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିବୃନ୍ଦ ମାନପତ୍ର ଓ ସିଲଡ଼ ଦେଇ ସମ୍ବର୍ଦ୍ଧିତ କରିଥିଲେ |ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବନମାଳୀ ବଡ଼ ରଇତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ କର୍ମଚାରୀଙ୍କ ସହଯୋଗରେ ସଫଳତାର ସହ ସମ୍ପାଦନ ହୋଇଥିଲା | Categories: ଓଡ଼ିଶା, ଗଜପତି, ହୋମ୍ Related Content Odiapreneur 3.0 State-Level Hackathon Inaugurated at IIT Bhubaneswar by Proprietor Abhimanyu Maharana October 1, 2026 ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026