ଐତିହାସିକ କଟକ ବାଲିଯାତ୍ରା ଉତ୍ସବରେ ଆନ୍ତର୍ଜାତୀୟ ଦଳମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ

୧୨ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ଐତିହାସିକ କଟକ ବାଲିଯାତ୍ରା ଉତ୍ସବରେ ଚଳିତ ଥର ଅନେକ ଆନ୍ତର୍ଜାତୀୟ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ପାଇଁ ସ୍ଥିର ହୋଇଛି । ଉଭୟ ଗଣକବି ବୈଷ୍ଣବ ପାଣି ମଂଚ ଏବଂ ଅକ୍ଷୟ ମହାନ୍ତି ମଂଚରେ ବିଭିନ୍ନ ଦିବସରେ ଆନ୍ତର୍ଜାତୀୟ ସାଂସ୍କୃତିକ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ନିମନ୍ତେ ସ୍ଥିର ହୋଇଛି ।

୧୬ ତାରିଖ ଦିନ ଥାଇଲାଣ୍ଡ ଟିମ୍‌, ୧୭ ତାରିଖ ଦିନ ନେପାଳ ଟିମ୍‌, ୧୮ ତାରିଖ ଦିନ ଭୂଟାନ ଟିମ୍‌, ୧୯ ତାରିଖ ଦିନ ଶ୍ରୀଲଙ୍କା ଟିମ୍‌, ୨୧ ତାରିଖ ଦିନ ସ୍ଲୋଭାକିଆ ଟିମ୍ ଏବଂ ୨୨ ତାରିଖ ଦିନ ବାଲି ଇଣ୍ଡୋନେସିଆ ଟିମ୍ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ନିମନ୍ତେ ଧାର୍ଯ୍ୟ କରାଯାଇଛି ।

Exit mobile version