Home ଓଡ଼ିଶା ଆଇନଜୀବୀଙ୍କୁ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଓ କାର୍ଯ୍ୟାନୁଷ୍ଠାନ ଦାବି କରି ଓକିଲ ସଂଘ ପକ୍ଷରୁ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୨ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କୋର୍ଟର ଜଣେ ବରିଷ୍ଠ ଆଇନଜୀବୀଙ୍କ ଉପରେ ଏସିଡ ମାଡ଼ ଘଟଣାରେ ସଂପୃକ୍ତ ଦୃର୍ବୁତ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯିବା ସହ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ବିଭିନ୍ନ ଦାବି ନେଇ ଆଜି ପାରଳାଖେମୁଣ୍ଡି ଜିଲ୍ଲା କୋର୍ଟର ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରା ଯାଇଥିଲା । ପାରଳାଖେମୁଣ୍ଡି ସ୍ଥିତ ଜନଗହଳି ପୂର୍ଣ୍ଣ ଜଙ୍ଗମ ସାହିରେ ବରିଷ୍ଠ ଆଇନଜୀବୀ ପାତୀ ରାମାରାଓ ନିଜ ବାସଭବନରେ ଥିବା ବେଳେ ଗତ ୯ ତାରିଖ ଅପରାହ୍ନ ସମୟରେ ୨ ଜଣ ଦୃର୍ବୁତ୍ତ ବାଇକ ଯୋଗେ ହେଲିମେଟ ପିନ୍ଧି ତାଙ୍କ ଘର ପାଖକୁ ଆସି କବାଟ ବାଡେଇ ନିଜକୁ କୋରିଅର ଡେଲିଭରି ବୟର ପରିଚୟ ଦେଇ କବାଟ ଖୋଲିବାକୁ କହିଥିଲେ । ଓକିଲ ଶ୍ରୀ ରାଓ କବାଟ ଖୋଲିବା ମାତ୍ରେ ତାଙ୍କ ଉପରେ ଏସିଡ ମାଡ ହୋଇଥିଲା । ତାଙ୍କ ମୁହଁ ଓ ଛାତିରେ ଏସିଡ ମାଡ ହୋଇଛି ସେ ବର୍ତ୍ତମାନ ଗୁରୁତର ଅବସ୍ଥାରେ ପଡୋଶୀ ଆନ୍ଧ୍ରର ବିଶାଖାପାଟଣା ସ୍ଥିତ ଏକ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।ତେବେ ଘଟଣା ଘଟିବାର ୩ ଦିନ ହୋଇ ଯାଇଥିଲେ ମଧ୍ୟ ପୋଲିସ ଏ ପର୍ଯ୍ୟନ୍ତ ଦୁର୍ବୃତ୍ତ ମାନଙ୍କ ଟେର ଖୋଜି ପାଇନି । ଏହାର ପ୍ରତିବାଦରେ ଆଜି ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । ଓକିଲ ସଂଘର ସଭାପତି ଶ୍ରୀ ସ୍ୱରୂପ ପାଳ , ସମ୍ପାଦକ ଶ୍ରୀ ରାମକୃଷ୍ଣ ନାୟକ , ବରିଷ୍ଠ ଓକିଲ ହୀରାଚାନ୍ଦ୍ ପଟ୍ଟନାୟକ , ଉମେଶ ପ୍ରସାଦ ରଥ , ପାଣ୍ଟାଲା ପ୍ରସାଦ ରାଓ ଏବଂ ଓକିଲ ସଂଘର ପୂର୍ବତନ ସଭାପତି ଶ୍ରୀ ସିଦ୍ଧେଶ୍ୱର ମିଶ୍ର ପ୍ରମୁଖ ଘଟଣାକୁ ତୀବ୍ର ନିନ୍ଦା କରି ଘଟଣାର ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯାଇ ସେମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଅନ୍ୟପକ୍ଷରେ ଓକିଲ ସଂଘ ପକ୍ଷରୁ ବିଭିନ୍ନ ଦାବୀ ସମ୍ପର୍କରେ କହିଥିଲେ ଯେ , (୧):- ଓକିଲ ମାନଙ୍କ ପାଇଁ ସୁରକ୍ଷା-ଆଇନ ଲାଗୁ କରାଯାଉ (୨):-ଏସିଡ ମାଡ ଘଟଣାରେ ଶିକାର ହୋଇ ଚିକିତ୍ସିତ ହେଉଥିବା ଓକିଲ ରାମାରାଓ ଙ୍କ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରନ୍ତୁ (୩):- ଓକିଲ ରାମାରାଓ ଙ୍କୁ କ୍ଷତିପୂରଣ ବାବଦକୁ ୩୦ ଲକ୍ଷ ଟଙ୍କା ଦିଆଯାଉ ଏବଂ (୪):- ଏସିଡ ମାଡ କରିଥିବା ଦୂର୍ବୁତ୍ତଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ଆଇନ ପରିସରକୁ ଅଣାଯିବା ସହ ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଓକିଲ ସଂଘ ପକ୍ଷରୁ ଦାବୀ କରାଯାଇଛି । ଘଟଣାର ପ୍ରତିବାଦରେ ଆଜି ଗୋଟିଏ ଦିନ ପାଇଁ ଓକିଲ ମାନଙ୍କ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଗଲା । ଆଗାମୀ ସମୟରେ ଏହି ଘଟଣା ଉପରେ ପୋଲିସର କାର୍ଯ୍ୟଧାରା ଯଦି ସନ୍ତୋଷ ଜନକ ନ ହୁଏ , ତେବେ ପରବର୍ତ୍ତୀ ସମୟରେ ଏହି ଆନ୍ଦୋଳନକୁ ଜୋରଦାର କରାଯିବା ସହ ଗଜପତି ଜିଲ୍ଲା ବନ୍ଦ-ଡାକରା ଦିଆଯିବ । ଏ ସମ୍ପର୍କରେ ଜିଲ୍ଲାର ସମସ୍ତ ଓକିଲ ଏବଂ ରାଜ୍ୟ ବାର ସଂଘ ସହିତ ଆଲୋଚନା କରାଯାଇଛି ବୋଲି କୁହାଯାଇଛି । Categories: ଓଡ଼ିଶା, ଗଜପତି, ହୋମ୍ Related Content Odiapreneur 3.0 State-Level Hackathon Inaugurated at IIT Bhubaneswar by Proprietor Abhimanyu Maharana October 1, 2026 ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026