୧୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ରାଜ୍ୟ ବିଜେଡି ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ବେଗୁନିଆ-ବୋଲଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଦୀପ ସାହୁଙ୍କ ଅଧକ୍ଷତାରେ ମଣ୍ଡଳସ୍ତରୀୟ ବିଜୁ ଜନତା ଦଳ ଡିଜିଟାଲ ସ୍ଵେଛାସେବୀ ସଭ୍ୟ ସଂଗ୍ରହ କର୍ମଶାଳା ବୋଲଗଡ଼ ଡାକବଙ୍ଗଳା ପରିସରରେ ମଙ୍ଗଳ ବାରଦିନ ଅନୁଷ୍ଠିତ ହୋଇଯାଇଛି ! ଏହି କର୍ମଶାଳାରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ଶୁଭକାନ୍ତ ମହାପାତ୍ର ଓ ସୁରେଶ ସାମନ୍ତରାୟ ସ୍ବେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ !

