୧୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :-> ମାଲକାନଗିରି ଜିଲ୍ଲା ସ୍ତରୀୟ ଲୋକ ସଙ୍ଗଠନ “ଶ୍ରମଜୀବୀ ସଂଗଠନ (SJS) ଓ ମହିଳା ଶ୍ରମଜୀବୀ ସଂଗଠନ (MSJS), ମାଲକାନଗିରି”,ଓଡ଼ିଶା ଶ୍ରମଜୀବୀ ମଞ୍ଚ (OSM) ଓ ମହିଳା ଶ୍ରମଜୀବୀ ମଞ୍ଚ ଓଡ଼ିଶା (MSMO), ଆତ୍ମଶକ୍ତି ଟ୍ରଷ୍ଟ ଦ୍ୱାର ସୋମବାର ଦିନ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ,ଗୋବିନ୍ଦପାଲ୍ଲୀ ପଞ୍ଚାୟତର ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ବଣ୍ଡା ଜନଜାତିର ପ୍ରଥମ ଝିଅ କୁମାରୀ ବିନି ମୁଦୁଲି ସଦ୍ୟ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କଠିନ ପରିଶ୍ରମ କରି କୃତକାର୍ଯ୍ୟ ହୋଇ ନିଜ ଜାତି ଓ ନିଜ ଅଞ୍ଚଳର ଗୌରବ ଆଣିଥିବା ପାଇଁ ତାଙ୍କୁ ସ୍ଥାନୀୟ ଜିଲ୍ଲା ସଂଗଠନ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ମାଧ୍ୟମରେ ଶୁଭେଚ୍ଛା ଫଳକ, ପୁଷ୍ପ ଗୁଚ୍ଛ, ଉତ୍ତରୀୟ ପ୍ରଦାନ କରାଯାଇଥିଲା ।
