୧୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାସ୍ଥିତ ଭକ୍ତ ଚରଣ କ୍ଳବ ଓ ପାଠାଗାର ଦ୍ୱାରା ଆୟୋଜିତ ସନ୍ଥ ବୈଷ୍ଠବ କବି ଭକ୍ତ ଚରଣ ଦାସଙ୍କ ଦ୍ବିପଞ୍ଚାଶତ ତମ ବାର୍ଷିକ ଭକ୍ତ ଚରଣ ସ୍ମାରକୀ ସମାରୋହ ଭକ୍ତଚରଣ କ୍ଳବ ଓ ପାଠାଗାର ସଭାପତି ସତ୍ୟନାରାୟଣ ମିଶ୍ରଙ୍କ ଆବାହତ୍ତ୍ୱରେ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ସୋମବାର ଦିନ ପୂର୍ବାହ୍ନ ୬ଘଟିକ!ରେ ନଗର କୀର୍ତ୍ତନ, ମଂଗଳ ଆଳତି ଓ ନାମସଂକୀର୍ତ୍ତନ,ଦେବାର୍ଚ୍ଚନ ହୋଇଥିବାବେଳେ ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ, ସମିତି ସଭ୍ୟ ତପନ ପ୍ରଧାନ ଭକ୍ତଚରଣ କ୍ଳବ ପାଠାଗାରର ସମସ୍ତ ସଭ୍ୟ/ ସଭ୍ୟାମାନେ ଯୋଗଦେବା ସହ ଉଦଘାଟକ ଭାବେ ନୟାଗଡ଼ ଜିଲ୍ଲାପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ !

