ସୁରଭି କାର୍ଯ୍ୟକ୍ରମରେ ଦୁଇ ପ୍ରତିଯୋଗୀଙ୍କ ରାଜ୍ୟସ୍ତରକୁ ଉର୍ତ୍ତିର୍ଣ୍ଣ

୧୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍  ) ଦଶପଲ୍ଲା  :-> ନୟାଗଡ ଜ଼ିଲ୍ଲା ଦଶପଲ୍ଲା ବ୍ଲକ ଵାଣିଗୋଚ୍ଛା ସରକାରୀ ହାଇସ୍କୁଲ ନବମ ଶ୍ରେଣୀ ଛାତ୍ରୀ ଇପ୍ସିତା ଦାସ, ମା ଗୀତଦାସ, ପିତା ସାରଥୀଦାସ ଗ୍ରାମ ଗଣ୍ଡାପାଜୁ ବୌଦ୍ଧ ଜ଼ିଲ୍ଲା ଅଧିନସ୍ତ ଜଣେ ଅତିଗରିବ ପରିବାରର ଝିଅ ସେ ଵାଣିଗୋଚ୍ଛା କ୍ଳଷ୍ଟରରୁ ଉର୍ତ୍ତିର୍ଣ୍ଣ ହେବାପରେ ବ୍ଲକ ପରେ ଜ଼ିଲ୍ଲାସ୍ତରରୁ ଉର୍ତ୍ତିର୍ଣ୍ଣ ହୋଇ ରାଜ୍ୟକୁ ଯାଇ ପାରିଥିବାରୁ ବାପା, ମା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ବେଶ ଖୁସି ମତବ୍ୟକ୍ତ କରିଛନ୍ତି !

ସେହି ଭଳି ଏହି ବିଦ୍ୟାଳୟର ଛାତ୍ର ଉତ୍ତମ ମଲ୍ଲିକ ମଧ୍ୟ ଆଥ ଲେଟିକରେ ମଧ୍ୟ ଜ଼ିଲ୍ଲା ସ୍ତରରୁ କୃତ କାର୍ଯ୍ୟ ହୋଇଛନ୍ତି ! ଏହା ପୂର୍ବରୁ 10 ମ ଶ୍ରେଣୀର ଦୁଇ ଜଣ ଛାତ୍ର ପିନାଶ ପ୍ରଧାନ, ଚିତ୍ତରଞ୍ଜନ ମଲ୍ଲିକ ଭଲିବଲ ରେ ମଧ୍ୟ ଜ଼ିଲ୍ଲାରୁ କୃତକାର୍ଯ୍ୟ ହୋଇ ରାଜ୍ୟକୁ ଯାଇ ଖେଳିବାର ସୁଯୋଗ ମିଳି ଥିବାରୁ ନୟାଗଡ଼ ଜ଼ିଲ୍ଲା ପାଇଁ ଏକ ଗର୍ବ ଗୌରବ ରାଜ୍ୟସ୍ତରକୁ ଯାଇ ଥିବାରୁ ଏହା ଏକ ବିଦ୍ୟାଳୟ ପାଇଁ ମଧ୍ୟ ଅତି ଖୁସିର ବିଷୟ l

ଏ ବାବଦରେ ଇପ୍ସିତା ନିଜେ ନିଜକୁ ରାଜ୍ୟରେ ମଧ୍ୟ୍ୟ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି l ସେ ପୁଣି ବିଦ୍ୟାଳୟରେ ଭଲ ପାଠ ପଢିବା, ଗୀତ ଗାଇବା ନାଚ, ଖେଳକୁଦରେ ମଧ୍ୟ ପଛରେ ନାଁହାନ୍ତି ତେଣୁ ଶ୍ରେଣୀର ଛାତ୍ର ଛାତ୍ରୀ ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କ ସହ ମଧ୍ୟ ଭଲ ଛାତ୍ରୀ ଭାବେ ପରିଚିତ l

Exit mobile version