୧୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ଵର :-> ସିଆଇଆଇ ୟଙ୍ଗ ଇଣ୍ଡିଆନସ ଭୁବନେଶ୍ୱର ପକ୍ଷରୁ ଦ୍ୱିତୀୟ ‘ୱାଇଆଇ ରନ୍ – ଭୁବନେଶ୍ୱର’ ଆୟୋଜନ କରାଯାଇଛି । ‘ୱାଇଆଇ ରନ୍ – ଭୁବନେଶ୍ୱର – ରାଇଜ ଏବୋଭ ଆଡିକ୍ସନ ଆଣ୍ଡ ବ୍ରେକ ଦି ସାଇଲେନ୍ସ ‘ ବୋଲି କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଏବଂ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସମର୍ଥନ କରିଛି। ନଭେମ୍ବର ୧୭ ତାରିଖ ରବିବାର କଳିଙ୍ଗ ଷ୍ଟାଡିୟମରେ ଏହି କମ୍ୟୁନିଟି ରନ୍ ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମାନସିକ ସ୍ୱାସ୍ଥ୍ୟ ଓ ନିଶା ଦ୍ରବ୍ୟ ସେବନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ସମସ୍ତଙ୍କ ପାଇଁ ସୁସ୍ଥ, ନିଶାମୁକ୍ତ ଜୀବନ ପାଇଁ ପ୍ରେରଣା ଦେବା ନିମନ୍ତେ ୱାଇଆଇ ଭୁବନେଶ୍ୱରର ପ୍ରମୁଖ ‘ଭୁବନେଶ୍ୱର ବାଇ ନାଇଟ୍’ ମାରାଥନ୍ ର ଲକ୍ଷ୍ୟ ରହିଛି ।
