ପ୍ରେମିକାଙ୍କୁ ଗର୍ଭବତୀ କରି ପ୍ରେମିକ ଫେରାର ଘଟଣା: ଅଭିଯୁକ୍ତ ପ୍ରେମିକ କୋର୍ଟ ଚାଲାଣ

ଓଡିଶା ତାଜା ନ୍ୟୁଜ୍ (୨୦ ଅଗଷ୍ଟ ଗୁରୁବାର) ହିଞ୍ଜିଳିକାଟୁ :- ହିଞ୍ଜିଳି ଥାନା ଅଂଚଳର ଜଣେ ୨୦ ବର୍ଷିୟା ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହର ପ୍ରତିଶୃତି ଦେଇ ଶାରୀରିକ ସର୍ମ୍ପକ ଓ ଗର୍ଭବତୀ ପରେ ଫେରାର ହେବା ଘଟଣାରେ ଅଭିଯୁକ୍ତ ପ୍ରେମିକଙ୍କୁ ହିଞ୍ଜିଳି ପୁଲିସ କବିସୂର୍ଯ୍ୟନଗର ଥାନା ଅଂଚଳରୁ ଗିରଫ କରିଛି । ଗିରଫ ଜଣକ ଶେରଗଡ଼ ବ୍ଳକ କୁଲାଗଡ଼ ଗ୍ରାମର ସମିର ସେଠି (୨୨) । ଏ ନେଇ ହିଞ୍ଜିଳି ଥାନାରେ ନଂ- ୨୬୭/୨୦ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ସୁତ୍ରରୁ ପ୍ରକାଶ । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ହିଞ୍ଜିଳି ଥାନା ଅଂଚଳର ଜୈନିକା ୨୦ ବର୍ଷ ବୟସ୍କା ଯୁବତୀଙ୍କ ସହ ଶେରଗଡ଼ ବ୍ଳକ କୁଲାଗଡ଼ ଗ୍ରାମର ସମିର ସେଠି (୨୨)ଙ୍କ ଆନ୍ଧ୍ରପ୍ରଦେଶ ରାଜ୍ୟର ବିଜୟୱାଡ଼ା ଏକ ସୁତାକଳରେ କାମ କରୁଥିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସର୍ମ୍ପକ ଗଢି ଉଠିଥିଲା । ପରେ ବିବାହର ପ୍ରଲୋଭନ ଦେଖାଇ ଶାରିରୀକ ସର୍ମ୍ପକ ରଖିଥିଲେ । ଯୁବତୀ ଜଣକ ଗର୍ଭବତୀ ହେବା ଜାଣିପାରି ଯୁବକ ଜଣକ ବାହାନା କରି ଘଟଣା ନେଇ ପରିବାର ଲୋକଙ୍କୁ ବିବାହର ପ୍ରସ୍ତାବ କହିବା ନେଇ ପୈତୃକ ଗ୍ରାମକୁ ଆସିଥିଲେ । ଦୀର୍ଘ ୨ମାସ ଧରି ପ୍ରେମିକ ଜଣକ ନଫେରିବାରୁ ସନ୍ଦେହ କରି ଯୁବତୀ ଜଣକ ପ୍ରେମିକଙ୍କ ଗ୍ରାମକୁ ଆସିଥିଲେ ।

କିନ୍ତୁ ପ୍ରେମିକଙ୍କ ଘରେ ତାଲା ଝୁଲୁଥିବାର ଦେଖି ସଂପୃକ୍ତ ଗ୍ରାମର ଭଦ୍ର ବ୍ୟକ୍ତିଙ୍କ ସହ ଘଟଣା ନେଇ ଆଲୋଚନା କରିଥିଲେ । କୌଣସି ସୁଫଳ ନମିଳିବାରୁ ଘଟଣା ନେଇ ପ୍ରେମିକା ଜଣକ ଏ ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତିରେ ହିଞ୍ଜିଳି ଥାନାରେ ନଂ-୨୬୭/୨୦ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ଯୁବତୀ ଜଣକ ଗତ ୧୦ ତାରିଖରେ ଗ୍ରାମର ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ପ୍ରେମିକଙ୍କ ଘରର ତାଲା ଭାଙ୍ଗି ଘରେ ରହିଥିଲେ । ୧୩ ତାରିଖରେ ପ୍ରେମିକଙ୍କ ଘର ଲୋକେ ଆସି ଯୁବତୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲେ ବୋଲି କହିଛନ୍ତି । ତେବେ ମାଡ଼ ମାରିବା ପରେ ପରିବାର ସଦସ୍ୟ ପୁଣି ଥରେ ଫେରାର ହୋଇ ଯାଇଥିଲେ । ସେହି ଦିନ ଠାରୁ ପ୍ରେମିକ ଙ୍କ ସମେତ ପରିବାର ସଦସ୍ୟ ଫେରାର ଥିଲେ । ଉପାୟ ଶୁନ୍ୟ ହୋଇ ପ୍ରେମିକା ଜଣକ ପ୍ରେମିକଙ୍କ ବାସଭବନ ସମ୍ମୁଖରେ ଧାରଣା ଦେଇଥିଲେ । ପ୍ରେମିକା ଜଣକ ୮ ମାସର ଗର୍ଭବତି ଥିବା ଜଣାପଡ଼ିଛି । ( ରିପୋର୍ଟ-ଶେଷଦେବ ସାହୁ )

Exit mobile version