ନୂଆଗଡ଼ ଗ୍ରାମର ଅଶ୍ୱିନ କୁମାର ଶବର ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି

୧୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍  )  ଆର,ଉଦୟଗିରି  :-> ଗଜପତି ଜିଲ୍ଲା ନୂଆଗଡ଼ ଗ୍ରାମର ଆଦିବାସୀ ଯୁବକ ଅଶ୍ୱିନ କୁମାର ଶବର ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇଛନ୍ତି। କୁହାଯାଏ କଠିନ ପରିଶ୍ରମ ହିଁ ସଫଳତାର ଚାବି କାଠି। ଯାହା ଆଜି ପ୍ରମାଣିତ କରି ଦେଖାଇଛନ୍ତି ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ର ନୂଆଗଡ଼ ଗ୍ରାମର ରମେଶ ଚନ୍ଦ୍ର ଶବରଙ୍କ ପୁଅ ଅଶ୍ୱିନ କୁମାର ଶବର।

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଫଳ ଅନୁଯାୟୀ ସେ କ୍ରମିକ ସଂଖ୍ୟା ୫୯୭ ରଖି ଅଞ୍ଚଳ ପାଇଁ ଆଣିଛନ୍ତି ଗୌରବ। ନିଜ ଗାଁ ର ପୁଅ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନାମ ରଖିଥିବାରୁ ଗ୍ରାମବାସୀ ଫୁଲହାର, ପୁଷ୍ପ ଗୁଚ୍ଛ ଦେଇ ନୂଆଗଡ଼ ବ୍ଲକ୍ ଠାରୁ ପ୍ରତୀକ୍ଷାରେ ପାଣି ଢ଼ାଳି ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା କରି ପାଛୋଟି ନେଇଥିଲେ।

ଅଶ୍ୱିନ କୁମାର ଶବର ଭବିଷ୍ୟତରେ ମୁଖ୍ୟତଃ ଗରୀବ ମାନଙ୍କ ହିତ ପାଇଁ କାର୍ଯ୍ୟ କରିବା ସହ ଜଣେ ସ୍ୱଚ୍ଛଟ ବ୍ୟକ୍ତି ଭାବରେ ପରିଚୟ ସୃଷ୍ଟି ପାଇଁ ତାଙ୍କ ଲକ୍ଷ୍ୟ ଅଛି ବୋଲି ପ୍ରକାଶ କରିଛନ୍ତି। ଏହି କୃତିତ୍ବ ର ଶ୍ରେୟ ତାଙ୍କ ପିତା ରମେଶ ଚନ୍ଦ୍ର ଶବର ପରିବାର ବର୍ଗ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି।

Exit mobile version