ଚନ୍ଦ୍ରଗିରି ଫାଣ୍ଡିରେ ଗଂଜେଇ ଚାଷ ନିବାରଣ ସଚେତନତା ଶିବିର ଅନୁଷ୍ଠିତ

୧୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍  ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ବ୍ଲକରେ ବହୁବର୍ଷ ଧରି ଆଦିବାସୀମାନେ ଗଂଜେଇଚାଷକରି ପରିବାର ପ୍ରତିପଷୋଣ କରିଆସୁଥିବା ବେଳେ ତାହାକୁ କିଭଳି ଭାବେ ବନ୍ଦ କରାଯାଇପାରିବ ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଏକ ଗଂଜେଇ ଚାଷ ନିବାରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି, ଏହି ଶିବିରରେ ଗଜପତି ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର ପଣ୍ଡାଙ୍କ ଅଧିକ୍ଷତାରେ ,ଆର -ଉଦୟଗିରି ଏସ୍ଡ଼ିପିଓ ଅଶ୍ୱିନୀ କୁମାର ନାୟକ, ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ,

ଅଡବା ଥାନା ଅଧିକାରୀ ଶୁବ୍ରାଂଶୁ ପଣ୍ଡା ଯୋଗ ଦେଇ ଅଂଚଳବାସୀଙ୍କୁ ସଚେତନ କରିଛନ୍ତି, ଏହି ଅଂଚଳରୁ ଦିନକୁ ଦିନ ଗଂଜେଇ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ତାହାକୁ କିଭଳି ରୋକ ଲଗାଯାଇପାରିବ,ଏବଂ ଗଂଜେଇଚାଷକୁ ନେଇ ସମ୍ବିଧାନରେ ଥିବା ଦଣ୍ଡବିଧାନକୁ ନେଇ ଆଦିବାସୀଙ୍କୁ ବୁଝେଇଥିଲେ,ଏହି ଶିବିରରେ ମୋହନା ବ୍ଲକ ସମସ୍ତ ଜୋନର ଜିଲ୍ଲା ପରିଷଦ, ପୂର୍ବତନ ଜିଲ୍ଲାପରିଷଦ, ସରପଞ୍ଚ, ସମିତିସଭ୍ୟ ଓ ପୂର୍ବତନ ପ୍ରତିନିଧି ମାନେ ଯୋଗ ଦେଇଥିଲେ, ଏବଂ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ ସୁଚାରୁରୂପେ ପରିଚାଳନା କରିଥିଲେ,

Exit mobile version