୧୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା :-> ଚିଲିକା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମର ବିଶିଷ୍ଟ ସମାଜସେବୀ ବିଶ୍ୱନାଥ ସ୍ବାଇଁଙ୍କ ନବମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ବିଶ୍ୱନାଥ ସ୍ୱାଇଁ ସ୍ମୃତିସଂସଦର ସଭାପତି ଡା. ମଧୁସୂଦନ ସେନାପତି ଓ ସମ୍ପାଦକ ପ୍ରମୋଦ କୁମାର ସ୍ବାଇଁଙ୍କ ମିଳିତ ଆବାହକତ୍ୱରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଡା. ସେନାପତି ପୌରୋହିତ୍ୟ କରିଥିଲେ । ଏଥିରେ ଟାଙ୍ଗି ବ୍ଲକର ପ୍ରାକ୍ତନ ଅଧ୍ୟକ୍ଷ ଲକ୍ଷ୍ମଣ ଶ୍ରୀଚନ୍ଦନ ମୁଖ୍ୟ ଅତିଥି, ରଣପୁର ବ୍ଲକ ଅଧୀନସ୍ଥ ଗୋପାଳପୁର ଗ୍ରାମର ସେବାନିବୃତ୍ତ ପ୍ରଧାନ ଶିକ୍ଷକ ତଥା ପ୍ରବଚକ କିଶୋର ଚନ୍ଦ୍ର ଭଞ୍ଜ ମୁଖ୍ୟ ବକ୍ତା, ବଡ଼କୁଳ ପ୍ରଗତିଶୀଳ ସୃଜନୀ ସଂସଦର ସଭାପତି ଭିକାରୀ ଚରଣ ପ୍ରଧାନ, ସ୍ତମ୍ଭକାର ପ୍ରଦୋଷ କୁମାର ଦାସ, ବଡ଼କୁଳ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଲକ୍ଷ୍ମୀଧର ବେହେରା,

