ବ୍ଲକସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନା ପାଳିତ

୧୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍  ) ବୋଲଗଡ  :->  ବୋଲଗଡ଼ ତା ୧୧/୧୧(ଓଡିଶା ତାଜା ନିୟୁଜ ) ବୋଲଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ଆନୁକୂଲ୍ୟରେ ବୋଲଗଡ଼ସ୍ଥିତ ନନ୍ଦିଘୋଷ ଭବନରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଓ ନୂତନ ଶିକ୍ଷକମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ବୋଲଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶୈଳେନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ.ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ, ମୁଖ୍ୟବକ୍ତା ଭାବେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ ଓ ସଂମ୍ମାନିତ ଅତିଥିଭାବେ ବ୍ଲକ ଅଧକ୍ଷା ହୁଳସ ପ୍ରଧାନ,

ସରପଞ୍ଚ ପ୍ରଫୁଲ ପ୍ରଧାନ,ଓଡିଶା ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ବ୍ରହ୍ମlନନ୍ଦ ମହାରଣା,ପ୍ରାକ୍ତନ ବୋଲଗଡ଼ ବ୍ଲକ ଅଧକ୍ଷ ବାନାମ୍ବର ମାଝୀ,ବୋଲଗଡ଼ ଜୋନ ଜିଲ୍ଲାପରିଷଦ ସଭ୍ୟା ସୁନନ୍ଦିତା ସାହୁ, ବାଙ୍କୋଇ ଜିଲ୍ଲାପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ନାଥ ସ୍ୱାଇଁ,ଅତିରିକ୍ତ ଗୋଷ୍ଠୀଶିକ୍ଷା ଅଧିକାରିଣୀ ଅମିତା ମିଶ୍ର,ଓଡିଶା ପ୍ରାଥମିକ ଶିକ୍ଷକ ସଙ୍ଘର ସମ୍ପାଦକ ବିଭୂପ୍ରସାଦ ସାହୁ,

ଉଦଘାଟକ ଭାବେଐତିହାସିକ ରବୀନ୍ଦ୍ର କୁମାର ପରିଡା ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୃତିରେ ଫୁଲ, ଚନ୍ଦନ ଓ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ ! ଶିକ୍ଷକ ବିଜୟ କୁମାର ସାହୁ ଅତିଥି ପରିଚୟ ପ୍ରଧାନ କରିଥିଲେ ! ଶିକ୍ଷକ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ବେଦ ପାଠ ଗାନ କରିଥିଵା ବେଳେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଜାତୀୟ ସଂଗୀତ ପରିବେଷଣ କରିଥିଲେ !

ବୋଲଗଡ଼ ଶିକ୍ଷକ ସଙ୍ଘର ସମ୍ପାଦକ ପ୍ରଫୁଲ୍ଲ ସିଂ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ ! ବୋଲଗଡ ବ୍ଲକରେ ୭୦ଜଣ ନୂତନ ନିଯୁକ୍ତି ପାଇଥିବା ଶିକ୍ଷକ/ଶିକ୍ଷିୟତ୍ରୀ ଓ ୧୪ଜଣ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକମାନଙ୍କୁ ଉପସ୍ଥିତ ଅତିଥିମାନେ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ ! ଶିକ୍ଷକ ମାନେ ସମାଜର ବିକାଶ ପାଇଁ ତଥା ଉର୍ନତି ପାଇଁ ଗର୍ବ ଓ ଗୌରବ ହୋଇଥିବାରୁ ମଣିଷ ଗଢ଼ା କାରଖାନାର ବିନ୍ଧାଣି ଭାବେ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ଦେବାପାଇଁ ମୁଖ୍ୟ ଅତିଥି ବିଧାୟକ ପ୍ରଦୀପ କୁମାର ସାହୁ ପରାମର୍ଶ ଦେଇଥିଲେ !ପରିଶେଷରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଧିରେନ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !

Exit mobile version