Home ଓଡ଼ିଶା ଅତନୁ ସବ୍ୟସାଚୀଙ୍କ ଉପରେ ବର୍ଷିଲେ ବରିଷ୍ଠ ବିଜେପି ନେତା – ଭୁବନ ମୋହନ ଜେନା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ମୁଖ୍ୟମନ୍ତ୍ରୀ ଚୌକି ଉପରେ ବିଜେଡିର ଆଖି ୧୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଗତ ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜେଡିର ଯାଉନି କ୍ଷମତା ନିଶା । ଦଳର ଜଣେ ପରେ ଜଣେ ନେତା ବିଜେପି ସରକାରକୁ ସମାଲୋଚନା କରୁଛନ୍ତି । ଏହି କ୍ରମରେ ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ, ସରକାର ଗଠନ ପାଇଁ ସଂଖ୍ୟା ଗଣିତ କଥା କହିଛନ୍ତି । ବିଜେଡିର ୫୧, କଂଗ୍ରେସର ୧୪ ଓ ସ୍ବାଧୀନର ୩ ବିଧାୟକଙ୍କ କଥା କହି ରାଜ୍ୟବାସୀ ପୁଣିଥରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ପ୍ରସ୍ତୁତ ହୋଇସାରିଲେଣି ବୋଲି କହିଛନ୍ତି । ପୂର୍ବରୁ ଦେବାଶିଷ ସାମନ୍ତରାୟ, ମୁନା ଖାଁ ଓ ଅମର ପଟ୍ଟନାୟକ ମଧ୍ୟ ବିଜେଡି ସରକାର ଗଠନ ନେଇ ଦମ୍ଭୋକ୍ତି ଦେଖାଇଥିଲେ । ଏବେ ଅତନୁଙ୍କ ବୟାନର ଜବାବ ରଖିଛନ୍ତି କେନ୍ଦ୍ରାପଡା ଜିଲ୍ଲାର ବରିଷ୍ଠ ବିଜେପି ନେତା ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନା ଭୁବନ ମୋହନ ଜେନା କହିଛନ୍ତି, ମାତ୍ର ୫ମାସ ଡବଲ ଇଞ୍ଜିନ ସରକାରର ଯେଉଁ ତୁଳନାତ୍ମକ ପ୍ରୟୋଗ ଏଥିରେ ବିଚଳିତ ହୋଇ ପଡିଛନ୍ତି । ସେ ଏଥିପାଇଁ ବିଚଳିତ ହୋଇ ପଡିଛନ୍ତି ପ୍ରତିଦିନ ତାସ ଘର ଭୁଶୁଡ଼ିବା ଭଳି ଭୁଶୁଡ଼ି ଚାଲିଛି ବିଜେଡି ପାର୍ଟି । ବିଜେଡି ପାର୍ଟି ଯେଉଁ ଭୁଶୁଡ଼ି ପଡୁଛି ତାକୁ ରକ୍ଷା କରିବା ପାଇଁ ଇଏ ଗୋଟେ ମିଥ୍ୟା ଅସ୍ପାଳନ । ଅସଲ କଥା ତ ଆଉ କିଛି ଅଛି ଯାହା ସେ ବକ୍ତବ୍ୟ ଦେଇଛନ୍ତି । ଆଉ କିଏ ତାଙ୍କୁ ସନ୍ଦେହ ନ କରୁ ବୋଲି ସେ ଏ ପ୍ରକାର ମନ୍ତବ୍ୟ ଦେଇଛନ୍ତି । ଶ୍ରୀ ଜେନା ମଧ୍ୟ ଆହୁରି କହିଛନ୍ତି ଯେ ଅତନୁ ବାବୁ ପଦ ଯାତ୍ରା ଆରମ୍ଭ କଲେ ହେଲେ ଲୋକଙ୍କ ପାଖକୁ ଯିବାର ସତ୍ ସାହସ ନାହିଁ।ସେ ଯେଉଁଠି ଆରମ୍ଭ କଲେ ସେଇଠି ହିଁ ଶେଷ କଲେ, ଯଦି ଆଉ ଟିକେ ଆଗକୁ ଯାଇଥାନ୍ତେ ତାହାଲେ ଚାଷୀ ପ୍ରଶ୍ନ କରିଥାନ୍ତେ ମାର୍ଶାଘାଇ,ଜମ୍ବୁ କେନାଲ କାହିଁକି ଏହି ଭଳି ଦଳ ସଫା ନ ହୋଇକି ହୋଇକି ପଡ଼ିକି ରହିଛି ? ଲୋକେ ପଚାରିଥାନ୍ତେ ଭୁଶୁଡ଼ି ଥିବା ଆଖଡ଼ାଶାଳୀ କଣ ହେଲା ? ବଙ୍ଗ ଭାଷୀ ପଚାରିଥାନ୍ତେ ତାଙ୍କ ଜମି କଥା କଣ ହେଲା ? ମହାକାଳପଡା ଅଞ୍ଚଳର ମାଆ ମାଉସୀ ପଚାରିଥାନ୍ତେ ତାଙ୍କ ପୁଅ ଦାଦନ ଖଟୁଥିବା ତାଙ୍କ ପୁଅ ମାନଙ୍କ କଥା ? ଏହି ସବୁ ପ୍ରଶ୍ନକୁ ସାମ୍ନା କରିବାର ସତ୍ ସାହସ ଯାହାର ନାହିଁ । ଲୋକେ ତାଙ୍କୁ ପ୍ରତ୍ୟାଖାନ କରିଛନ୍ତି ମାତ୍ର ୫ମାସ ହେବ।ପାଣି ବିନା ମାଛର ଯେଉଁ ପରିସ୍ଥିତି କ୍ଷମତା ବାହାରେ ଅତନୁ ବାବୁଙ୍କ ପରିସ୍ଥିତି ସେୟା । ମୁଁ ତ ଭାବୁଥିଲି ୨୫ ବର୍ଷର ପ୍ରତ୍ୟେକ୍ଷ ରାଜନୀତିରେ ତାଙ୍କର ଦର୍ଶନ, ପ୍ରୟୋଗ ୟା ଭିତରେ କିଛି ବଢ଼ିଥିବ କିନ୍ତୁ ଏବେ ଲାଗୁଛି ସେ ଯେମିତି ଆରମ୍ଭ କରିଥିଲେ ସେ ସେହି ଥିଓରୀ ଭିତରେ ହଜିକି ଅଛନ୍ତି । ମୁଁ ଜାଣିନି ସେ ସଂଖ୍ୟା କେଉଁଠୁ ଆଣିଲେ ୧୦ ବିଧାୟକ ଆଣିବେ,୪ ଆଣିବେ, ଆଉ କଣ ପୁଣି ମିଶେଇବେ ଏମିତି ମିଶେଇକି ସରକାର ହୁଏ କି ବୋଲି ପ୍ରଶ୍ନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଲୋକେ ପ୍ରତ୍ୟାଖାନ କରିଥିବା ଗୋଟେ ୨୪ ବର୍ଷର ଶାସନକୁ ଆଉ ଥରେ କରାଯାଇ ପାରେ କି ? ପ୍ରତିଦିନ ନିଜ ଦଳର ବରିଷ୍ଠ ନେତାମାନେ ନିଜ ଦଳର ବିଫଳତା ସମ୍ପର୍କରେ ଯାହା କହୁଛନ୍ତି ତାକୁ ରୋକା ଯାଇ ପାରେ କି ? ଏ ସବୁ ପ୍ରଶ୍ନର ବିଫଳ ଉତ୍ତର ଆମେ ସରକାର କରିବାକୁ ଯାଉଛୁ । ଅସଲ କଥା ସେଇଠି ନାହିଁ ଅସଲ କଥା ଖୋଜିବାକୁ ପଡ଼ିବ ଅତନୁ ସବ୍ୟସାଚୀ ନାୟକ କଣ କିଛି ପଛ ଦ୍ଵାର ଦେଇ ଆଉ କେଉଁ ସରକାର ସହିତ ଯୋଡି ହେବା ପାଇଁ ଯାଉଛନ୍ତି କି ? ଆଉ କେଉଁ ଦଳ ସହିତ ଯୋଡି ହେବା ପାଇଁ ଯାଉଛନ୍ତି କି ? ତାଙ୍କ କର୍ମୀ ମାନେ ଯେଉଁ ଦଳରେ ସାମିଲ ହେଉଛନ୍ତି ପ୍ରତିଦିନ ସିଆଡେ ତାଙ୍କର ମୁହଁ ଅଛି କି ? କାଳେ କିଏ ତାଙ୍କୁ ସନ୍ଧେହ କରିବ ମାଲିକକୁ ଖୁସି କରେଇବା ପାଇଁ ସେ ଏହି ଶସ୍ତା ମନ୍ତବ୍ୟ ସେ ଦେଇଛନ୍ତି ହେଲେ ଓଡ଼ିଶାବାସୀ ଏହାକୁ ଜାଣିଛନ୍ତି । ଜେନାଙ୍କ ପ୍ରତିକ୍ରିୟା ପରେ ଅତନୁ ସବ୍ୟସାଚୀ ନାୟକଙ୍କ କିଛି ପ୍ରତିକ୍ରିୟା ମିଳିନି । ସେପଟେ କେନ୍ଦ୍ରାପଡା ଜିଲ୍ଲା ରାଜନୀତି ଟିକେ ଚଳ ଚଞ୍ଚଳ ହୋଇଥିବା ସୂଚନା ମିଳିଛି l Categories: ଓଡ଼ିଶା, କନ୍ଧମାଳ, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍ Related Content ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026 ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ by Proprietor Abhimanyu Maharana September 29, 2026 ବିଶ୍ୱ ଜଳାତଙ୍କ ଦିବସ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 29, 2026