Home ଓଡ଼ିଶା ବାଲିଯାତ୍ରା କଟକ ଉତ୍ସବ ପ୍ରସ୍ତୁତି ସମୀକ୍ଷା ପୂର୍ବକ ଉନ୍ନୟନ କମିଶନରଙ୍କ ବରିଷ୍ଠ ସଚିବମାନଙ୍କ ସହ ବାଲିଯାତ୍ରା ପଡ଼ିଆ ପରିଦର୍ଶନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ୧୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ଆଜି ଅପରାହ୍ନରେ ୪.୩୦ମି. ସମୟରେ ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ଶ୍ରୀମତି ଅନୁ ଗର୍ଗ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ କଟକ ଗସ୍ତରେ ଆସି ଚଳିତ ବର୍ଷ ବାଲିଯାତ୍ରା କଟକ ଉତ୍ସବ ପ୍ରସ୍ତୁତି ନିମନ୍ତେ ବାଲିଯାତ୍ରା ପଡିଆ ପରିଦର୍ଶନ କରିଥିଲେ। ସେଠାରେ ନିର୍ମାଣ ଅବସ୍ଥାରେଥିବା ଓରମାସ, କଟକ ଇନ୍ କଟକ,ଦକ୍ଷିଣ ପୂର୍ବ ଏସିଆ ପ୍ୟାଭିଲିୟନ, ବୋଟ କ୍ଲବ ସ୍ଥାନ ଆଦି ବୁଲି ସମସ୍ତ ପ୍ରସ୍ତୁତି ଦେଖିବା ସହ ବିଦେଶରୁ ଆସୁଥିବା ରାଷ୍ଟ୍ରଦୂତ ଓ କଳାକାରଙ୍କ ପ୍ରତି ଆତିଥ୍ୟ ମନୋଭାବ ରଖି ସେମାନଙ୍କର ଆମଦ ପ୍ରମଦକୁ ଦୃଷ୍ଟି ଦେବା ପାଇଁ କହିଥିଲେ । ବାଲିଯାତ୍ରା ଉତ୍ସବ ଚୂଡାନ୍ତ ପର୍ଯ୍ୟୟରେ ପହଞ୍ଚିଥିବା ବେଳେ,ରାଜ୍ୟ ସରକାରଙ୍କ ସମ୍ପୃକ୍ତ ବିଭାଗ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା ପୂର୍ବକ ସମସ୍ତ ନିୟମାବଳୀ ଅବଲୋମ୍ବନ କରି ଶୃଙ୍ଖଳାର ସହ ଏହି ଉତ୍ସବର ସଫଳ ଅୟୋଜନ ନିମନ୍ତେ ସେ ନିର୍ଦ୍ଦେଶ ଦେଇଥିଲେ । ଏହି ପରିଦର୍ଶନ ଉପରାନ୍ତେ ଶ୍ରୀମତି ଗର୍ଗ ନୌବାଣିଜ୍ୟ ସଂଗ୍ରାହଳୟଠାରେ ସଚିବ, ପୋଲିସ ଆୟୁକ୍ତ, ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀ ମାନଙ୍କ ସହ ଏକ ବୈଠକରେ ଆଲୋଚନା ପୂର୍ବକ ସମସ୍ତ କାର୍ଯ୍ଯ ଯଥାସମୟରେ ଶେଷ କରାଯିବାକୁ ନିର୍ଦ୍ଦେଶ ଦେଇଥିଲେ। ସମ୍ପୃକ୍ତ ସମସ୍ତ ବିଭାଗ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରିବା ଉପରେ ଗୁରୁତ୍ଵାରୋପ କରି ଚଳିତ ବର୍ଷ ଦକ୍ଷିଣ- ପୂର୍ବ ଦେଶମାନଙ୍କର ରାଷ୍ଟ୍ରଦୂତ ବାଲିଯାତ୍ରା କଟକ ଉତ୍ସବରେ ଯୋଗଦେଉଥିବାରୁ,ଏହି ଉତ୍ସବ ମାଧ୍ୟମରେ ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ତଥା ପାରମ୍ପାରିକ ଓ ସ୍ୱାଭିମାନର ଗାଥା ଜାଗ୍ରତ ରଖିବା ନିମନ୍ତେ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀମତି ଗର୍ଗ ନିର୍ଦ୍ଦେଶ ଦେଇଥିଲେ। ଏଥି ସହ ପାରମ୍ପରିକ ଖାଦ୍ୟ ବ୍ୟବସ୍ଥା ଓ ବୋଟ କ୍ଲବଠାରେ ସ୍ବତନ୍ତ୍ର ଆତିଥ୍ୟ ବ୍ୟବସ୍ଥା କରିବା ପାଇଁ କହିଥିଲେ। ବାଲିଯାତ୍ରା ସମୟରେ ଟ୍ରାଫିକ କଟକଣା ସହ ଭିଡ ନିୟନ୍ତ୍ରଣ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଏବଂ ସ୍ଵାସ୍ଥ୍ୟ ସେବା,ପରିମଳ ବ୍ୟବସ୍ଥା ଯେପରି ବାଧାପ୍ରାପ୍ତ ନ ହୁଏ ସେଥିପାଇଁ ପ୍ରସ୍ତୁତି ରୂପରେଖ ସହ ସାବଧାନ ସହ କର୍ଯ୍ୟକରିବା ପାଇଁ ଜିଲ୍ଲା ପ୍ରଶାସନ,ପୋଲିସ ପ୍ରଶାସନ ଓ ମହା ନଗର ନିଗମକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାମ୍ୟ ଉନ୍ନୟନ ଏବଂ ସୂଚନା ଓ ଲୋକ ସମ୍ପର୍କ ପ୍ରମୁଖ ଶାସନ ସଚିବ, ଶ୍ରୀ ସଞ୍ଜୟ କୁମାର ସିଂହ ଏହି ଐତିହାସିକ ଉତ୍ସବର ଯଥେଷ୍ଟ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରି ଏଥି ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମତବ୍ୟକ୍ତ କରିଥିଲେ। ଚଳିତବର୍ଷ ଉତ୍ସବରେ ବିଦେଶର ବିଭିନ୍ନ କଳାକାରମାନଙ୍କ ଦ୍ବାରା ନାଚ ଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଓ ରାଷ୍ଟ୍ରଦୂତ ମାନଙ୍କର ପରିଦର୍ଶନ ହେଉଥିବା ପରିପ୍ରେକ୍ଷୀରେ ଉତ୍ସବର ସଫଳ ଓ ଶୃଙ୍ଖଳ ଆୟୋଜନ ନିମନ୍ତେ ଆବଶ୍ୟକ ପଡିଲେ ଅଧିକ ଅଧିକାରୀ ଓ କର୍ମଚାରୀ ନିୟୋଜିତ କରିବା ପାଇଁ କହିଥିଲେ। ପର୍ଯ୍ୟଟନ ବିଭାଗ ସଚିବ ଶ୍ରୀ ବଲବନ୍ତ ସିଂହ ଏହି ଐତିହାସିକ ବାଲିଯାତ୍ରା ସମୟରେ ଏକ ସୁନ୍ଦର ବାତାବରଣ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରି କହିଲେ ଜାତୀୟ ରାଜପଥରୁ କଟକ ପ୍ରବେଶ ପଥକୁ ସଂଯୋଗ କରୁଥିବା ରାସ୍ତା ଗୁଡିକର ଆଲୋକିକରଣ ବ୍ୟବସ୍ଥାକୁ ଜୋରଦାର କରିବା ଏବଂ ରାସ୍ତାଘାଟ ସଫେଇ ତଥା ଆବଶ୍ୟକ ୱାଲ ପେଣ୍ଟିଂ ଆଦି କରାଯିବା ନେଇ ମହାନଗର ନିଗମକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ବାଲିଯାତ୍ରା ଉତ୍ସବ ଆୟୋଜନ ଓ ପ୍ରସ୍ତୁତି ସମ୍ପର୍କରେ ପାୱାର ପଏଣ୍ଟ ଜରିଆରେ ସମସ୍ତ ତଥ୍ଯ ଉପସ୍ଥାପନା ସହ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସମ୍ବନ୍ଧରେ ଏହି ଆଲୋଚନା ବୈଠକରେ ଅବଗତ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଚିବ,ଶ୍ରୀ ମନୀଷ ଅଗ୍ରୱାଲ, ପୋଲିସ କମିଶନରେଟ,ଆୟୁକ୍ତ ଶ୍ରୀ ଏସ ଦେବଦତ୍ତ ସିଂହ, ଆରକ୍ଷୀ ଉପ ଆୟୁକ୍ତ, କଟକ ଶ୍ରୀ ଜଗମୋହନ ମୀନା, ସୂଚନା ଓ ଲୋକସମ୍ପର୍କ ବିଭାଗ ବୈଷୟିକ ନିର୍ଦ୍ଦେଶକ,ଶ୍ରୀ ସୁରେନ୍ଦ୍ର ପରିଡା,ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ,ଯୁଗ୍ମ ସଚିବ ଶ୍ରୀ ଦେବ ପ୍ରସାଦ ଦାସ, ଆୟୁକ୍ତ,କଟକ ମହାନଗର ନିଗମ,ଶ୍ରୀ ଅନାମ ଚରଣ ପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉମାକାନ୍ତ ରାଜ,ଶ୍ରୀ ଶିବ ଟୋପୋ, ଜିଲ୍ଲାପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ରାୟଙ୍କ ସମେତ ସଦର ଓ ଆଠାଗଡ ଉପଜିଲ୍ଲାପାଳ, ଟି ପି ସି ଓ ଡି ଏଲ , ୱାଟକୋ,ପୂର୍ତ୍ତ, ଜନସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଯନ୍ତ୍ରୀ ତଥା ସମ୍ପୃକ୍ତ ମହାନଗର ନିଗମ, ପୋଲିସ ,ଅଗ୍ନିଶମ ବିଭାଗ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । Categories: ଓଡ଼ିଶା, କଟକ, ମହାନଗର, ହୋମ୍ Related Content ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ by Proprietor Abhimanyu Maharana May 12, 2026 ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି by Proprietor Abhimanyu Maharana May 11, 2026 କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ by Proprietor Abhimanyu Maharana May 11, 2026 ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର by Proprietor Abhimanyu Maharana May 11, 2026 ହୋଟେଲ ଓ ଫ୍ଲାଟର ବର୍ଜ୍ୟଜଳ ମଙ୍ଗଳା ନଦୀରେ ମିଶୁଛି ଡ୍ରେନଜ ଓ ଜଳସମ୍ପଦ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ by Proprietor Abhimanyu Maharana May 11, 2026 ଚନ୍ଦନପୁର ୨ ହଜାର ଲିଟର ପୋଚ ୨୦ ଲିଟର ଦେଶୀମଦ ଜବତ by Proprietor Abhimanyu Maharana May 11, 2026