Home ଓଡ଼ିଶା ଆମ୍ବ ଟାକୁଆ ଜାଉ ର ପୁନରାବୃତ୍ତି : ଚାରି ମାସ ହେବ ମିଳିନି ଚାଉଳ – ଖୁର୍ସା, କରଡ଼ି ଓ ମକାରେ ବିତୁଛି ଆଦିବାସୀଙ୍କ ଜୀବନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ଚାଉଳ ମିଳିବା ରେ ବିଳମ୍ବ ଯୋଗୁଁଁ ପେଟର ଭୋକକୁ ମେଣ୍ଟାଇବା ପାଇଁ ଖୁର୍ସା, କରଡ଼ି, ଜଙ୍ଗଲି କନ୍ଦା ଓ ମକା ଭଳି ଜଙ୍ଗଲ ଜାତ ଦ୍ରବ୍ୟରେ ପୂରୁଛି ପେଟ । ଏଭଳି ଏକ ଘଟଣା ପୁଣି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଳକ ଭଣ୍ଡାରଙ୍ଗୀ ପଞ୍ଚାୟତର ଦୁର୍ଗମ ମାସ୍କାଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ, ମାସ୍କାଗୁଡ଼ା ଗ୍ରାମରେ ୧୮ ଆଦିବାସୀ ପରିବାର ବସବାସ କରନ୍ତି। ଗତ ଜୁଲାଇ ମାସ ପର୍ଯ୍ୟନ୍ତ ରାଶନ ଚାଉଳ ମିଳିଛି l ଅଗଷ୍ଟ ମାସ ଠାରୁ ନଭେମ୍ବର ଚାରି ମାସ ସରିବାକୁ ବସିଲାଣି ହେଲେ ଅଦ୍ୟାବଧି ସୁଦ୍ଧା ଚାଉଳ ମିଳିନାହିଁ । ମନରେଗାରେ ମଧ୍ୟ କାମ ମିଳୁନାହିଁ ଫଳରେ ବର୍ଷା ଦିନ ମାନଙ୍କରେ ପାଖ ଗାଁ କୁ ଯାଇ ବିଲ ରେ ମଜୁରୀ କରି ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରନ୍ତି l ବର୍ତ୍ତମାନ ଆଉ କୌଣସି କାମ ନାହିଁ । ଏପଟେ ରାଶନ କାର୍ଡରେ ମିଳିବାକୁ ଥିବା ତିନି ମାସର ଚାଉଳ ମଧ୍ୟ ମିଳୁନାହିଁ l ଚାଉଳ ମିଳୁଥିବା ଖବର ପାଇ ପଞ୍ଚାୟତ ଅଫିସକୁ ଚାଉଳ ଆଣିବା ପାଇଁ ଯାଇଥିଲୁ ପାଇଲୁ ନାହିଁ l ଫଳରେ ପେଟର ଭୋକ ମେଣ୍ଟାଇବା ପାଇଁ ଜଙ୍ଗଲକୁ ଭରସା କରି ଜଙ୍ଗଲକୁ ଯାଇ କରଡ଼ି, ଜଙ୍ଗଲି କନ୍ଦା ଓ ବାଢ଼ିର ଖୁର୍ସା ଓ ମକା ସଂଗ୍ରହ କରି ରାନ୍ଧି ଖାଇବାକୁ ପଡୁଛି l ବେଳେ ବେଳେ ଉପାସରେ ମଧ୍ୟ ରହିବାକୁ ପଡ଼େ ବୋଲି ଗ୍ରାମର ଭୁପିନ୍ଦର ମାଝି ଦୁଃଖ ଭରା କଣ୍ଠରେ ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ରାସନ ଚାଉଳ ଯୋଗାଇବା ପାଇଁ ସମସ୍ତ ଆଦିବାସୀ ପରିବାର ଦାବି କରିଛନ୍ତି l ଏସମ୍ପର୍କରେ ଭଣ୍ଡାରଙ୍ଗୀ ପଞ୍ଚାୟତ ନିର୍ବାହୀ ଅଧିକାରୀ ବେବୀଲତା ପାଣିଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ସେ କୌଣସି ପ୍ରକାରେ ସନ୍ତୋଷ ଜନକ ଉତ୍ତର ନମିଳିବାରୁ ତୁମୁଡିବନ୍ଧ ଯୋଗାଣ ନିରୀକ୍ଷକ ଅଞ୍ଜନ କୁମାର ଦିଗାଲ ଙ୍କୁ ପଚାରିବାରୁ ସେ ତୁରନ୍ତ ଚାଉଳ ଦିଆଯିବ ବୋଲି କହିଛନ୍ତି । ବହୁ ଚର୍ଚ୍ଚିତ ଦାରିଙ୍ଗବାଡି ବ୍ଳକ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗ୍ରାମରେ ଆମ୍ବ କୋଇଲି ଖାଇ ଦୁଇ ଜଣ ମହିଳା ମୃତ୍ୟୁ ଓ ଛଅ ଜଣ ଚିକିତ୍ସାଧୀନ ଥିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ତୁମୁଡିବନ୍ଧ ବ୍ଳକ ଭଣ୍ଡାରଙ୍ଗୀ ପଂଚାୟତର ମାସ୍କାଗୁଡ଼ା ଗ୍ରାମରେ ପୁନରାବୃତ୍ତି ହେବାର ସମ୍ଭାବନାକୁ ଏଡ଼ାଇ ଦିଆ ଯାଇନ ପାରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026 ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ by Proprietor Abhimanyu Maharana September 29, 2026 ବିଶ୍ୱ ଜଳାତଙ୍କ ଦିବସ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 29, 2026