Home ଓଡ଼ିଶା ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଙ୍ଘର ସାଧାରଣ ସଭା ଓ ନୂତନ କର୍ମକର୍ତ୍ତା ଚୟନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସଭାଗୃହ ଠାରେ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଙ୍ଘର ସାଧାରଣ ସଭା ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଙ୍ଘ ର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ କୁମାର ରଥ ପର୍ଯ୍ୟବେକ୍ଷକ ଭାବେ ଅଂଶ ଗ୍ରହଣ କରି ଆଜିର ସାଧାରଣ ସଭା ଓ ନୂତନ କର୍ମକର୍ତ୍ତା ଚୟନ ସଭା କୁ ସୁଚାରୁ ରୂପେ ତୁଲାଇ ଥିଲେ।ଏ କାର୍ଯ୍ୟକ୍ରମ ରେ କନ୍ଧମାଳ ଜିଲ୍ଲା ର ପ୍ରତ୍ୟେକ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରି ନୂତନ ସଭାପତି ଓ ନୂତନ ସାଧାରଣ ସମ୍ପାଦକ ଚୟନ କରିଥିଲେ । ୨୦୨୨ ରେ ଶେଷ ଥର ପାଇଁ ଚୟନ ପ୍ରକ୍ରିୟା ହୋଇଥିଲା ଓ ୨୦୨୨ ମସିହାର ଜିଲ୍ଲା କମିଟି କୁ ଭାଙ୍ଗି ଦିଆ ଯାଇଥିଲା। ନୂତନ କର୍ମକର୍ତ୍ତା ଚୟନ ପୂର୍ବରୁ ପୁରାତନ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ସହ ବିଦାୟ ଦିଆଯାଇଥିଲା । ଜିଲ୍ଲା ର ନୂତନ ସଭାପତି ଭାବେ ସୁରଥ ମୁନି ଓ ସାଧାରଣ ସମ୍ପାଦକ ଭାବେ ତୀର୍ଥବାସୀ ଘଡ଼ାଇ ଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା । ଆଗାମୀ ଦିନରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ, ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସମସ୍ୟା ର ସମାଧାନ ଦିଗରେ ଚେଷ୍ଟା କରିବେ ବୋଲି ଶ୍ରୀ ଘଢ଼ାଇ ମତ ପ୍ରକାଶ କରିଛନ୍ତି l Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026 ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ by Proprietor Abhimanyu Maharana September 29, 2026 ବିଶ୍ୱ ଜଳାତଙ୍କ ଦିବସ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 29, 2026