Home ଓଡ଼ିଶା ଖମନଖୋଲ ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗାଇବାକୁ ଦାବି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୦ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଖମନଖୋଲ ପଞ୍ଚାୟତରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗାଇଦେବାକୁ ଦାବି କରିଛନ୍ତି ଅଂଚଳବାସୀ । ବାଲିଗୁଡା ବ୍ଳକ ତଥା କନ୍ଧମାଳ ଜିଲାର ସୀମାନ୍ତ ପଞ୍ଚାୟତ ହେଉଛି ଖମନଖୋଲ ଓ ଲଣ୍ଡାଗାଁ । ଖମନଖୋଲ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୩ଟି ପଞ୍ଚାୟତ ବାସୀ ସହ ସୀମାନ୍ତ ଜିଲାର ଗ୍ରାମବାସୀ ନିର୍ଭର କରିଥାନ୍ତି । କିନ୍ତୁ ଏହି ଚିକିତ୍ସାଳୟରୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ କିମ୍ବା ବାରଖମା ଗୋଷ୍ଠୀ ଚିକିତ୍ସାଳୟକୁ ଆସିବାକୁ କୌଣସି ସୁବିଧା ନାହିଁ । ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବାଲିଗୁଡା ଚିକିତ୍ସାଳୟକୁ ୪୦ କିମି ଓ ବାରଖମା ୩୦ କିମି ଦୂର । ଖମନଖୋଲ ଓ ଲଣ୍ଡାଗାଁ ପଞ୍ଚାୟତର ଅଧିକାଂଶ ଲୋକେ ଗରିବ ଶ୍ରେଣୀର ଅଟନ୍ତି । ଏଇ ଦୁଇ ପଞ୍ଚାୟତ ବାସୀ ଖମନଖୋଲ ଚିକିତ୍ସାଳୟରେ ଚିକିତ୍ସିତ ହେବା ପରେ ଯଦି ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ ଆବଶ୍ୟକ ପଡେ, ତେବେ, ଅନ୍ୟତ୍ର ସ୍ଥାନାନ୍ତର କରାଯାଏ, ତେବେ ରୋଗୀଙ୍କୁ ବାଲିଗୁଡା କିମ୍ବା ବାରଖମା ଆସିବାକୁ ହେଲେ ଦୀର୍ଘ ସମୟ ଧରି ବସକୁ ଅପେକ୍ଷା କରିବା ପାଇଁ ପଡିଥାଏ । ଗ୍ରାମାବସୀ ଅଧିକ ଟଙ୍କା ଦେଇ ଗାଡି ଭଡା କରି ଆସିବାକୁ ସକ୍ଷମ ନୁହଁନ୍ତି । ତେଣୁ ତୁରନ୍ତ ଏହି ଚିକିତ୍ସାଳୟକୁ ଗୋଟିଏ ଆମ୍ବୁଲାନ୍ସ ଯୋଗାଇ ଦେଲେ ଦୁଇ ଗ୍ରାମବାସୀ ର ଶତାଧିକ ଜନସାଧାରଣ ବିଶେଷ ଉପକୃତ ହୋଇପାରିବେ । ଏହା ବ୍ୟତୀତ ଚିକିତ୍ସାଳୟରେ ଡାକ୍ତର ବାସଭବନ ଗୁଡିକ ମଧ୍ୟ ଭଗ୍ନ ଅବସ୍ଥାରେ ରହିଛି । ଚିକିତ୍ସାଳୟ ପରିସରରେ ଏଏନଏମ ଙ୍କ ବାସଭବନ ଦୀର୍ଘ ୮ବର୍ଷ ଧରି ନିର୍ମାଣ ଚାଲିଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇପାରିନି । ଏ ସମ୍ପର୍କରେ ଅଂଚଳବାସୀ ବାରମ୍ବାର ବିଡିଓ, ଉପଜିଲାପାଳ, ଉପଖଣ୍ଡ ଚିକିତ୍ସାଳୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଉନହିଁ । ତେଣୁ ତୁରନ୍ତ ଆମ୍ବୁଲାନ୍ସ ସେବା ଯୋଗାଇ ଦେବାକୁ ଅଂଚଳ ବାସୀ ଦାବି କରିଛନ୍ତି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026 ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ by Proprietor Abhimanyu Maharana September 29, 2026 ବିଶ୍ୱ ଜଳାତଙ୍କ ଦିବସ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 29, 2026