Home ଓଡ଼ିଶା ଵୈଦ୍ୟ ମାଧବ ନନ୍ଦଙ୍କ ୩୬ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୦ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :-> ରାଜ୍ୟ ଆୟୁର୍ବେଦ ଜଗତର ବିଶିଷ୍ଟ ବ୍ୟକ୍ତିତ୍ୱ ସ୍ବର୍ଗତ ଵୈଦ୍ୟ ମାଧବ ଚନ୍ଦ୍ର ନନ୍ଦଙ୍କ ୩୬ ତମ ବାର୍ଷିକୀ ଉତ୍ସବ ତାଙ୍କର ଜନ୍ମସ୍ଥାନ ଗଙ୍ଗାଧର ପୁର ସ୍ଥିତ ଜୟ ଦୁର୍ଗା ମନ୍ଦିର ପରିସରରେ ମାଧବ ଚନ୍ଦ୍ର ନନ୍ଦ ସ୍ମୃତି କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସାମ୍ଵତ୍ସରିକ ଉତ୍ସବ ରେ ବିଶିଷ୍ଟ ଶିକ୍ଷାବିତ ଖୋର୍ଦ୍ଧା ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ପ୍ରାକ୍ତନ ଵରିଷ୍ଠ ଶିକ୍ଷକ ପୀତବାସ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ କାଳିଜାଇ ମହାବିଦ୍ୟାଳୟ, ବାଲୁଗାଁ ର ଅଧ୍ୟକ୍ଷ ପ୍ରଫେସର ଗଙ୍ଗାଧର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଚିଲିକା ବ୍ଲକ ର ପ୍ରାକ୍ତନ ଅଧ୍ୟକ୍ଷ ଲଳିତ ମୋହନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ଯୁଵଜ୍ୟୋତି ହାଇସ୍କୁଲ, କୁମାଣ୍ଡୋଳର ପ୍ରଧାନ ଶିକ୍ଷକ ଆଶିଷ କୁମାର ପତି, ଶିକ୍ଷକ ପ୍ରମୋଦ କୁମାର ପଣ୍ଡା,ଶିବ ପ୍ରସାଦ ତ୍ରିପାଠୀ, ଶିକ୍ଷକ ସୀତାକାନ୍ତ ନନ୍ଦ,ସାମ୍ବାଦିକ ପ୍ରଦୋଷ କୁମାର ଦାସ, ପ୍ରାକ୍ତନ ହରପୁର ଶାସନ ସରପଞ୍ଚ ବଳଭଦ୍ର ବଳବନ୍ତରାୟ, ପ୍ରମୁଖ ଯୋଗଦେଇ ସ୍ଵର୍ଗତ ନନ୍ଦଙ୍କ ସେବା ଓ ଦରଦୀ ମନୋଭାବ ର ଭୂୟସୀ ପ୍ରଶଂସା କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନ ର ସମ୍ପାଦକ ରାମଚନ୍ଦ୍ର ଶତପଥୀ ପ୍ରାରମ୍ଭିକ ସୂଚନା ଓ ମଞ୍ଚାସୀନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଅଞ୍ଚଳ ର କ୍ରୂତୀ ଛାତ୍ରଛାତ୍ରୀ ମାନଙ୍କୁ ଏବଂ ଓଏଏସ୍ ପରୀକ୍ଷା ରେ ସଫଳତା ହାସଲ କରିଥିବା ଯୁବ ପ୍ରତିଭା ଦେବାଶିଷ ସ୍ଵାଇଁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ଅନୁଷ୍ଠାନ ତରଫରୁ ନିକଟସ୍ଥ ବିଦ୍ୟାଳୟ ର ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ସମସ୍ତ କାର୍ଯ୍ୟ କ୍ରମକୁ ସ୍ବର୍ଗତ ନନ୍ଦ ଙ୍କ ସୁପୁତ୍ର ସୁଧୀର କୁମାର ନନ୍ଦ ଓ ପରିବାର ବର୍ଗ ପରିଚାଳନା କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ସାହିତ୍ୟିକ ଆଲୋଚନା ଓ କବିତା ପାଠୋତ୍ସବ by Proprietor Abhimanyu Maharana October 13, 2026 ଯୁବକଙ୍କୁ ଘରୁ ଘୋଷାଡ଼ି ଆଣି ନିର୍ମମ ହତ୍ୟା, ୨ ଅଭିଯୁକ୍ତ ଅଟକ by Proprietor Abhimanyu Maharana October 13, 2026 କଣ୍ଟାବାଞ୍ଜିରେ କିନ୍ନର ସମାଜ ପକ୍ଷରୁ ଭବ୍ୟ ନବରାତ୍ରୀ ପୂଜା, ସହରବାସୀଙ୍କ ମଙ୍ଗଳ କାମନା by Proprietor Abhimanyu Maharana October 12, 2026 ମର୍ଦ୍ଦରାଜ ପୁର ପୁରୁଣା ସାହି, ବୋଦଶା ଗାଁ ରାସ୍ତା ର ଅବସ୍ଥା ଶୋଚନୀୟ by Proprietor Abhimanyu Maharana October 12, 2026 ଜିଲ୍ଲା ସ୍ତରୀୟ ମହକ ଓ ଉତ୍ସାହ ୨୦୨୬ ଅନୁଷ୍ଠିତ by Proprietor Abhimanyu Maharana October 12, 2026 ଦିନରେ ବାଲିବନ୍ତ ରୁ ବାଲି ଚୋରି ଧୃତରାଷ୍ଟ୍ର ପରି ବସିଛି ପ୍ରଶାସନ : ଭୁଶୁଡି ପଡିବ ହରିସହଦେବ ମନ୍ଦିର by Proprietor Abhimanyu Maharana October 12, 2026