Home ଓଡ଼ିଶା ରାଧାକୃଷ୍ଣ ଦରିଦ୍ର ନାରାୟଣ ସେବା ସଂଘପକ୍ଷରୁ ସେବା କାର୍ଯ୍ୟକ୍ରମ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୦ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା :-> ରାଧାକୃଷ୍ଣ ଦରିଦ୍ର ନାରାୟଣ ସେବା ସଂଘ ଆଜକୁ ଦୀର୍ଘ ୩୪ ବର୍ଷ ଧରି ଦରିଦ୍ର ନାରାୟଣମାନଙ୍କୁ ନିଶୁଳ୍କ ସେବା ଯୋଗାଇ ଆସୁଛି । ପ୍ରତିବର୍ଷ ଅଁଳାନବମୀ ତିଥିରେ ଜିଲ୍ଲା ଓ ଜିଲ୍ଲା ବାହାରେ ରହିଥିବା ୧୫୦୦ ରୁ ୨୦୦୦ ଭିନ୍ନକ୍ଷମ ଓ କୁଷ୍ଠ ରୋଗୀଙ୍କୁ ଚିହ୍ନଟ କରି ଖୋର୍ଦ୍ଧା ଗଙ୍ଗପଡ଼ା ନିକଟବର୍ତ୍ତୀ ମା’ଭୂଆଷୁଣୀ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ କରାଇ ସେମାନଙ୍କୁ ଭୂରିଭୋଜନ, ଧୋତି, ଶାଢ଼ୀ, କମ୍ବଳ ଏବଂ ଔଷଧ ଇତ୍ୟାଦି ପ୍ରଦାନ କରିଥାନ୍ତି । ଏହା ବ୍ୟତୀତ ପ୍ରତି ମାସର ୭ ତାରିଖ ଦିନ ୫୦୦ରୁ ୬୦୦ ଉର୍ଦ୍ଧ୍ବ ଅସହାୟ, ଭିନ୍ନକ୍ଷମ ଓ ଦୃଷ୍ଟିହୀନ ଭାଇ ଭଉଣୀମାନଙ୍କୁ ଭୋଜନ ସହିତ ଔଷଧ ଓ ମାସିକ ୨୦୦ ଟଙ୍କା ଭତ୍ତା ପ୍ରଦାନ କରିଥାନ୍ତି । ଚଳିତ ବର୍ଷ ଅଁଳା ନବମୀ ତିଥିରେ ରବିବାର ୧୦.୧୧.୨୪ ରିଖରେ ଗଙ୍ଗପଡ଼ାସ୍ଥି ମା’ ଭୂଆଷୁଣି ମନ୍ଦିର ପ୍ରାଙ୍ଗଣରେ ଏହି ଦରିଦ୍ର ନାରାୟଣ ସେବା ଅନୁଷ୍ଠିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସଂଗଠନ ସଭାପତି ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ରାଉତରାୟ (ପୂର୍ବତନ ମନ୍ତ୍ରୀ ଓ ବିଧାୟକ, ଜଟଣୀ), ସମ୍ପାଦକ– ଲଲାଟ କଶୋର ପୃଷ୍ଟି, ସହ-ସମ୍ପାଦକ – ନିରଞ୍ଜନ ପୃଷ୍ଟି, ମୁଖ୍ୟ ଅତିଥୁ- ନିରଂଜନ ସାହୁ, ପୂର୍ବତନ ଜିଲ୍ଲାପାଳ,ଖୋର୍ଦ୍ଧା, ପଞ୍ଜାବ ନ୍ୟସାନାଲ ବ୍ୟାଙ୍କ, ଓଡ଼ିଶା ମୁଖ୍ୟ ପ୍ରବନ୍ଧକ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇ କାର୍ଯ୍ୟକୁ ଉତ୍ସବ ମୁଖର କରିଥାନ୍ତି । ଏହି ଅନୁଷ୍ଠାନଟିକୁ ଶ୍ରୀ ଲଲାଟ କିଶୋର ପୃଷ୍ଟି ୧୯୯୨ ମସିହାରୁ ପ୍ରତିଷ୍ଠା କରି ନିଜ ପାରିଶ୍ରମିକରୁ କିଛି ଅର୍ଥ ସଂଚୟ କରି ଦରିଦ୍ର ନାରାୟଣ ସେବା ସଂଘଟିକୁ ଚଳାଇ ଆସୁଥିବାବେଳେ କୌଣସି ସରକାରୀ ବା ବେସରକାରୀ ସାହାଯ୍ୟ ଗ୍ରହଣ କରନ୍ତି ନାହିଁ । ତାଙ୍କର ଏହି ମାନବସେବା କାର୍ଯ୍ୟରେ ଗ୍ରାମପ ସ୍ୱେଚ୍ଛାସେବୀ ବନ୍ଧୁମାନେ ସାହାଯ୍ୟ ଓ ସହଯୋଗ କରିଥାନ୍ତି।ଉପସ୍ଥିତ ଥିବା ସମସ୍ତ ଭିନ୍ନକ୍ଷମ, ରୁଗ୍ଣ, ନିଃସହାୟ, ମଉସା ମାଉସୀ, ଭାଇ ଭଉଣୀମାନଙ୍କୁ ଏବଂ ଉପସ୍ଥିତ ଅନ୍ୟାନ୍ୟ ଅତିଥ୍ ବୃନ୍ଦ ଓ ସମସ୍ତ ଗଣପ୍ରତିନିଧୁମାନଙ୍କୁ ସଂଘ ତରଫରୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ପ୍ରଦାନ କରାଯାଇଛି। Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ସାହିତ୍ୟିକ ଆଲୋଚନା ଓ କବିତା ପାଠୋତ୍ସବ by Proprietor Abhimanyu Maharana October 13, 2026 ଯୁବକଙ୍କୁ ଘରୁ ଘୋଷାଡ଼ି ଆଣି ନିର୍ମମ ହତ୍ୟା, ୨ ଅଭିଯୁକ୍ତ ଅଟକ by Proprietor Abhimanyu Maharana October 13, 2026 କଣ୍ଟାବାଞ୍ଜିରେ କିନ୍ନର ସମାଜ ପକ୍ଷରୁ ଭବ୍ୟ ନବରାତ୍ରୀ ପୂଜା, ସହରବାସୀଙ୍କ ମଙ୍ଗଳ କାମନା by Proprietor Abhimanyu Maharana October 12, 2026 ମର୍ଦ୍ଦରାଜ ପୁର ପୁରୁଣା ସାହି, ବୋଦଶା ଗାଁ ରାସ୍ତା ର ଅବସ୍ଥା ଶୋଚନୀୟ by Proprietor Abhimanyu Maharana October 12, 2026 ଜିଲ୍ଲା ସ୍ତରୀୟ ମହକ ଓ ଉତ୍ସାହ ୨୦୨୬ ଅନୁଷ୍ଠିତ by Proprietor Abhimanyu Maharana October 12, 2026 ଦିନରେ ବାଲିବନ୍ତ ରୁ ବାଲି ଚୋରି ଧୃତରାଷ୍ଟ୍ର ପରି ବସିଛି ପ୍ରଶାସନ : ଭୁଶୁଡି ପଡିବ ହରିସହଦେବ ମନ୍ଦିର by Proprietor Abhimanyu Maharana October 12, 2026