Home ଓଡ଼ିଶା ନଟବର ଗୋପିକ୍ରିଷ୍ଣା ଜାତୀୟ ପୁରସ୍କାର ଓ ଲାଇଭ୍ ଟାଇମ୍ ଅଚିଭମେଣ୍ଟ ପୁରସ୍କାର ସମ୍ମାନିତ ହେଲେ ନୃତ୍ୟ ଗୁରୁ ଶ୍ରୀମତି ପୁଷ୍ପିତା ମିଶ୍ର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୦ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାଇପୁର :-> ଅଲ୍ ଇଣ୍ଡିଆ ଡ୍ୟାନ୍ସର ଆସୋସିଏସନ୍ ଓ ନରିଥୟଥି କଳାକ୍ଷେତ୍ରମ୍ ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ରାଇପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ପ୍ରତିଯୋଗିତା ରେ ବିଭିନ୍ନ ରାଜ୍ୟ ର ନୃତ୍ୟ ଅନୁଷ୍ଠାନ ଗୁଡ଼ିକ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କଥକ,ମଣିପୁରୀ,ଓଡ଼ିଶୀ, କୁଚିପୁଡ଼ି ନୃତ୍ୟ ପରିବେଷଣ କରାଯାଇଥିଲା । ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୋଟ ୨୭୫ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ରାଇପୁର ର ରଙ୍ଗ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିଲା । ରାଇପୁର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନେଶ୍ଵରର ନୃତ୍ୟ ଅନୁଷ୍ଠାନ “କଳିଙ୍ଗାୟନ ତୌର୍ୟତ୍ରିକମ” ର ଗୁରୁ ଶ୍ରୀମତି ପୁଷ୍ପିତା ମିଶ୍ରଙ୍କୁ ଅଲ୍ ଇଣ୍ଡିଆ ଡ୍ୟାନ୍ସର ଆସୋସିଏସନ୍ ତରଫରୁ ନଟବର ଗୋପିକ୍ରିଷ୍ଣା ଜାତୀୟ ପୁରସ୍କାର ଓ ଲାଇଭ୍ ଟାଇମ୍ ଅଚିଭମେଣ୍ଟ ପୁରସ୍କାର ସମ୍ମାନିତ କରାଯାଇଥିଲା । ସେହି ଭଳି ଶୁଭେନ୍ଦୁ ଦାସଙ୍କୁ ନାଟ୍ୟ ମୟୁରମ୍ ପୁରସ୍କାର, ଦେବାଶିଷ ମହାପାତ୍ରଙ୍କୁ ନୃତ୍ୟ ଲାଭରସାୟନ ପୁରସ୍କାର,ତାରିଣୀ ନାୟକ ,ଜ୍ୟୋତିର୍ମୟୀ ଷଡ଼ଙ୍ଗୀ ଏବଂ ଏମ୍ ଜେ କ୍ରିଷ୍ଣା ପରିଡ଼ାଙ୍କୁ ନଟବର ଗୋପିକ୍ରିଷ୍ଣା ଜାତୀୟ ପୁରସ୍କାର ଓ ଶ୍ରୀୟଶ୍ରୀ ପତି, ଆଦ୍ୟାସା ମିଶ୍ର ଏବଂ ସମୀକ୍ଷ୍ୟା ବେହେରାଙ୍କୁ ନୃତ୍ୟ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଥିଲା । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content କଲରାପତରିଆ ବାଘ ଛାଲ ବିକ୍ରି ଯୋଜନା ପଣ୍ଡ : ଜଣେ ଗିରଫ - ୨ଟି କଲରାପତରିଆ ଛାଲ ଜବତ by Proprietor Abhimanyu Maharana September 18, 2026 ବିଶ୍ୱକର୍ମା ପୂଜା ପାଳିତ : ଠିକାଦାର, ଶ୍ରମିକ, ଦିନମଜୁରିଆ ଓ ବସ୍ କର୍ମଚାରୀଙ୍କ ଉତ୍ସାହପୂର୍ଣ୍ଣ ସାମିଲ by Proprietor Abhimanyu Maharana September 18, 2026 ଯାତ୍ରୀବାହୀ ବେଲୁନ ବସ୍ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ by Proprietor Abhimanyu Maharana September 18, 2026 ରାସନ ସାମଗ୍ରୀଠାରୁ ପନିପରିବା ଯାଏଁ ମହଙ୍ଗା ମାଡ଼ ଦରବୃଦ୍ଧିରେ ହନ୍ତସନ୍ତ ଖାଉଟି, ବଜାର ଦର ନିୟନ୍ତ୍ରଣ ଦାବି by Proprietor Abhimanyu Maharana September 18, 2026 ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ by Proprietor Abhimanyu Maharana September 18, 2026 ଗାଜଲବାଡ଼ି ଘାଟିରେ ପୁଣି ଦୁର୍ଘଟଣା : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା କଣ୍ଟେନର by Proprietor Abhimanyu Maharana September 18, 2026