ଆସନ୍ତାକାଲି ଠାରୁ ମା’ଚର୍ଚ୍ଚିକାଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ

୦୯ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ  :->  ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ଚର୍ଚ୍ଚିକାଙ୍କ ପୀଠରେ ଆସନ୍ତା କାଲିଠାରୁ ୧୫ତାରିଖ ପର୍ଯ୍ୟନ୍ତ ବିଶ୍ୱଶାନ୍ତି ମହାଯଜ୍ଞ ସହ ଅଷ୍ଟପ୍ରହରୀ ଓ ଭାଗବତ ନାମଯଜ୍ଞ କରାଯିବ । ୧୦ତାରିଖ ରବିବାର ଭାଗବତ, ସୋମବାର ଭାଗବତ ନାମଯଜ୍ଞ, ଶ୍ରୀଚୈତନ୍ୟ ଦେବଙ୍କ ନାମସଂକୀର୍ତ୍ତନର ଶୁଭାଦିବାସ,

ମଙ୍ଗଳବାର ବିଶ୍ୱଶାନ୍ତି ମହାଯଜ୍ଞର ଅଙ୍କୁର ରୋପଣ, ବୁଧବାର ନଗରକୀର୍ତ୍ତନ, କଳସଯାତ୍ରା, ଅଗ୍ନିସ୍ଥାପନ, ଗୁରୁବାର ସୂର୍ଯ୍ୟପୂଜା, ଗୋପୂଜା, ମଣ୍ଡଳ ପୂଜା, ସପ୍ତଶତୀ ଚଣ୍ଡୀ ଆହୂତି ଏବଂ ଅପରାହ୍ଣ ୫ଘଟିକା ସମୟରେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ଦ୍ୱାରା ପୂର୍ଣ୍ଣାହୂତି ପ୍ରଦାନ କରାଯିବ ବୋଲି ମା’ଚର୍ଚ୍ଚିକା ମନ୍ଦିର ସେବାୟତ ବୃନ୍ଦ ପ୍ରକାଶ କରିଛନ୍ତି ।

Exit mobile version