ଗଜପତି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଆର୍ ଡବ୍ଲୁ ଏସ ଏସ ଓ ଈଶାରା ଦ୍ବାରା ଆଦିବାସୀ ପରିବାରଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ

ଓଡିଶା ତାଜା ନ୍ୟୁଜ୍ (୨୦ ଅଗଷ୍ଟ ଗୁରୁବାର) ଗଜପତି :- ସାରା ଦେଶରେ କରୋନା ଏକ ମହାମାରୀ ରୂପ ଧାରଣ କରିଥିବା ବେଳେ ବହୁ ଲୋକଙ୍କ ଜୀବନ ଓ ଜୀବିକା ଚାଲି ଯାଇଛି l ଏଭଳି ପରସ୍ଥିତିରେ ଗଜପତି ଜିଲ୍ଲାର କେତୋଟି ବିରଳ ସ୍ବେଚ୍ଛାସେବୀ ସଂଗଠନ ଗଜପତି ଜିଲାର ଆଦିବାସୀ ଅଧୂଷିତ ରାୟଗଡ ବ୍ଲକର କଇଁପୁର ଏବଂଲକ୍ଷ୍ମୀପୁରପଂଚାୟତର ବଡମାସିଂ,କଣ୍ଟାଗାଁ,ଜିରଜିରା.ରାଇସିଂ ଇତ୍ୟାଦି ଗ୍ରାମର ୧୦୦ଟି ଅସହାୟ ପରିବାରଂକୁ ରିଲିଫ୍ ପ୍ରଦାନ କରିଛନ୍ତିାଇସାରା ଓ ଏସ୍ .ଡବ୍ଲୁ.ଡବ୍ଲୁ.ଏସ୍ .ର ମିଳିତ ଆନୁକୂଲ୍ୟରେ ଆମେରିକାର ଜୀଭ୍ ଦୟା ଫାଉଣ୍ତେସନର ସହାୟତାରେ ପ୍ରତ୍ୟେକ ପରିବାରଂକୁ ୧୦ କିଲୋ ଚାଉଳ,

୫ କିଲୋ ଗହମ ଚୂନା,ଚିନି ୧ କିଲୋ,ଆଳୁ ୫ କିଲୋ,ପିଆଜ ଅଢେଇ କିଲୋ,ମୁଗଡାଲି ୧ କିଲୋ, ଚଣାଡାଲି ୧ କିଲୋ,ସୋୟାବଡି ଅଧା କିଲୋ,ହଳଦୀଗୁଣ୍ତ ୧୦୦ ଗ୍ରାମ,ଲଂକାଗୁଣ୍ତ ୧୦୦ ଗ୍ରାମ, ଆୟୋଡିନ୍ ଯୁକ୍ତ ଲୁଣ ୧ କିଲୋ ଲେଖାଏଁ ପ୍ରଦାନ କରାଯାଇଥିଲାା ବିଶେଷ କରି ଗତ ତିତ୍ଲି ଦ୍ବାରା ପ୍ରଭାବିତ ପରିବାରଂକୁ ଏହି ରିଲିଫ ଦିଆଯାଇଥିଲାାତିତ୍ଲି ଓ

କରୋନାରେ ସେମାନଂକ ଜୀବିକାର ମେରୁଦଣ୍ତ ଭାଂଗିଯାଇଥିବା ବେଳେ ଏହିଭଳି ବିରଳ ସ୍ବେଚ୍ଛାସେବି ସଂଗଠନ ସାହାଯ୍ୟ କରିଥିବାରୁ ଉପକ୍ରୁତ ହୀତାଧକାରୀ ମାନେ ସେମାନଂକୁ ଧନ୍ୟବାଦ ଜଣାଇଛନ୍ତ ଏହି କାର୍ଯ୍ୟକ୍ରମରେଏସ୍ .ଡବ୍ଲୁ .ଡବ୍ଲୁ .ଏସ୍ .ର ସଭାପତି ଡି.ଜଗନ୍ନାଥ ରାଜୁ ଏବଂ ଇସାରାର ନିର୍ଦ୍ଦେଶକ ରବିନ୍ଦ୍ରନାଥ ପାତ୍ର ଉପସ୍ଥିତ ରହି ରିଲିଫ ସାମଗ୍ରୀ ବଣ୍ଟନ ର ତଦାରଖ କରିଥିଲେ l (ପାରଳାଖେମୁଣ୍ତି‐ ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version