Home ଓଡ଼ିଶା ନିଶାଦ୍ରବ୍ୟ ବର୍ଜନ ଓ ଏହାର କ୍ଷତିକାର ଉପରେ ସଚେତନତା ଓ ଶିକ୍ଷାଦାନ କାର୍ଯ୍ୟକ୍ରମ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୯ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ଡମପଡ଼ା ବ୍ଲକ ଅନ୍ତର୍ଗତ ଡମପଡ଼ା ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ପରିସରରେ କଟକ ନେହୁରୁ ଯୁବକେନ୍ଦ୍ର ସହାୟତାରେ ଏବଂ ଆଦର୍ଶ ଯୁବପରିଷଦ ପରିଚାଳନାରେ ନିଶାଦ୍ରବ୍ୟ ବର୍ଜନ ଓ ଏହାର କ୍ଷତିକାର ଉପରେ ସଚେତନତା ଓ ଶିକ୍ଷାଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଅଧ୍ୟାପକ ଚିତ୍ତରଞ୍ଜନ ରଣା ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ଆଦର୍ଶ ଯୁବପରିଷଦର ଆବାହକ ଅକ୍ଷୟ କୁମାର ସାମଲ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ସଂପର୍କରେ ବିଷଦ ବିବରଣୀ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବରେ ସମାଜସେବୀ ତଥା ବାଙ୍କୀ ଆଞ୍ଚଳିକ ହରିଜନ କଲ୍ୟାଣ ପରିଷଦର ସଂପାଦକ କେଶବ ଚନ୍ଦ୍ର ବେହେରା ଯୋଗଦାନ କରି ନିଶାଦ୍ରବ୍ୟରୁ ଦୂରେଇ ରହିବା ପାଇଁ ଯୁବ ଓ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ନିଶା ସେବନ କଲେ ସମାଜରେ ହିଂସା ଓ ବିଦ୍ୟୁଷ ସୃଷ୍ଟି ହେବବୋଲି ମୁଖ୍ୟଅତିଥି ଶ୍ରୀ ବେହେରା ଉଲ୍ଲେଖ କରିଥିଲେ । ମୁଖ୍ୟବକ୍ତା ଭାବେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ନିଶା ସେବନ ଦ୍ୱାରା ଆର୍ଥିକ , ସାମାଜିକ ଓ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ ବୋଲି ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ ନିଶା ଦ୍ରବ୍ୟକୁ ସେବନ ଓ ଦୂରେଇ ରହିଲେ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ପ୍ରାଧ୍ୟାପକ ମହାପାତ୍ର କହିଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଜ୍ୟୋତିପ୍ରକାଶ ପାଣିନୀ, କବି ବଂଶୀଧର ମହାପାତ୍ର, ଅଧ୍ୟାପକ ମହେଶ କୁମାର ରାଉତ, ସମାଜସେବୀ ଲଲାଟେନ୍ଦୁ ପଣ୍ଡା ପ୍ରମୁଖ ଯୋଗଦାନ କରି ନିଶାଦ୍ରବ୍ୟ ଉପରେ ବହୁ ସଚେତନାମୂଳକ ଶିକ୍ଷା ପ୍ରଦାନ କରିଥିଲେ । ଡମପଡ଼ା ଆଞ୍ଚଳିକ ମହାବିଦ୍ୟାଳୟ ବରିଷ୍ଠ ଅଧ୍ୟାପକ ତାପସ କୁମାର ମହାନ୍ତି ସଭା ପରିଚାଳନା କରିବା ସହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଯୁବସମାଜସେବୀ ବିଶ୍ୱରଞ୍ଜନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ମା' ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ by Proprietor Abhimanyu Maharana June 18, 2026 କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ by Proprietor Abhimanyu Maharana June 18, 2026 ଚତୁର୍ଥ ବସୁମତି ସ୍ନାନ ବା ଠାକୁରାଣୀ ବୁଡ଼ ପାଳନ by Proprietor Abhimanyu Maharana June 18, 2026 ରଜ ଉପଲକ୍ଷେ ତାସ ଟୁର୍ଣ୍ଣାମେଣ୍ଟ by Proprietor Abhimanyu Maharana June 18, 2026 ବିଭିନ୍ନ ଅଂଚଳ ରୁ ଆସି ଫ୍ଲାଟରେ ଏକାଠି ରହୁଥିବା ଅନ୍ତେବାସୀ ଙ୍କ ମହିଳାମାନେ ଉତ୍ସାହ ଉଦ୍ଦୀପନା ମଧ୍ୟରେ ପାଳିଲେ ରଜ ମହୋତ୍ସବ by Proprietor Abhimanyu Maharana June 18, 2026 କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୂରା ଗ୍ରାମ ଠାରେ କୋଠ ଗୃହ ର ଶୁଭ ଉଦଘାଟନ କଲେ ବିଧାୟକ ରୂପେଶ ପାଣିଗ୍ରାହୀ by Proprietor Abhimanyu Maharana June 18, 2026