ବାଙ୍କୀରେ ବିଦ୍ୟୁତ୍ ପ୍ରଶିକ୍ଷଣ କେନ୍ଦ୍ରରେ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ଉପରେ ଆଲୋଚନାଚକ୍ର

୦୯ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ  :-> ଭାରତ ସରକାରଙ୍କ ଦକ୍ଷତା ଓ ଉଦ୍ୟମତା ମନ୍ତ୍ରାଳୟ ଅଧିନ କଟକ ଜନଶିକ୍ଷଣ ସଂଗଠନ ତରଫରୁ ନିର୍ଦ୍ଦେଶିକା ଅନୀମା ଦାସଙ୍କ ତତ୍ତ୍ୱାବଧାନରେ ବାଙ୍କୀ ଏନ୍‌.ଏ.ସି ଅନ୍ତର୍ଗତ ଖମାରଙ୍ଗ ଗ୍ରାମରେ ବିଦ୍ୟୁତ୍ ପ୍ରଶିକ୍ଷଣ କେନ୍ଦ୍ର ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ପ୍ରଶିକ୍ଷଣ ନେଉଥିବା ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଏକ ରୋଜଗାରକ୍ଷମ ସମ୍ବନ୍ଧରେ ଆଲୋଚନାଚକ୍ର ଅନୁଷ୍ଠିତ ହେବା ସହ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ଉପରେ ପରୀକ୍ଷା କରାଯାଇଥିଲା ।

ମୁଖ୍ୟଅତିଥି ଭାବେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ପ୍ରଶିକ୍ଷଣ ନେଉଥିବା ଛାତ୍ରଛାତ୍ରୀମାନେ ଦକ୍ଷତା ପ୍ରଶିକ୍ଷଣ ନେବା ଦ୍ୱାରା ସେମାନେ ସ୍ୱରୋଜଗାରକ୍ଷମ ହୋଇପାରିଲେ ସେମାନଙ୍କ ଆର୍ଥିକ ଅବସ୍ଥା ସଚଳ ହୋଇପାରିବ ବୋଲି କହିଥିଲେ । କଟକ ଜନଶିକ୍ଷଣ ସଂଗଠନର କାର୍ଯ୍ୟକ୍ରମ ଅଧକାରୀ ସମ୍ବିତ ମହାନ୍ତି, ପ୍ରଶିକ୍ଷିକା ଚିନ୍ମୟୀ ଜେନା, ସାମ୍ବାଦିକ କାହ୍ନୁଚରଣ ବେହେରା ଓ ଜନଶିକ୍ଷଣ ସଂଗଠନର ସହାୟକ ବିଦ୍ୟାଧର ଗୋଚ୍ଛାୟତ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ଉପରେ ଆଲୋଚନା କରିବା ସହିତ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ । ପ୍ରଶିକ୍ଷକ ଲଲାଟେନ୍ଦୁ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Exit mobile version