Home ଓଡ଼ିଶା ଓଡ଼ିଶୀ ନୃତ୍ୟଗୁରୁ ଗୋପୀକୃଷ୍ଣ ବେହେରାଙ୍କ ୭ମ ଶ୍ରାଦ୍ଧ ଦିବସ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୯ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀର ବରପୁତ୍ର, ଓଡ଼ିଶୀ ନୃତ୍ୟଗୁରୁ ଓ ସଂଗୀତ ନିର୍ଦ୍ଦେଶକ ଗୋପୀକୃଷ୍ଣ ବେହେରାଙ୍କ ୭ମ ଶ୍ରାଦ୍ଧ ଦିବସ ଆଜି କଳା, ସାହିତ୍ୟ ଓ ସଂସ୍କୃତି ପରିସରରେ ପାଳିତ ହୋଇଯାଇଛି । ପରିଷଦର ଉପସଭାପତି ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ସଭାପତିତ୍ୱ କରି ସ୍ୱର୍ଗତ ବେହେରା ବାଙ୍କୀ ତଥା ଓଡ଼ିଶାର ଜଣେ ପ୍ରକ୍ଷାତ ନୃତ୍ୟଗୁରୁ ଭାବେ ତାଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ତାଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଂଗୀତ ନାଟ୍ୟ ଏକାଡେମୀ ପକ୍ଷରୁ ପୁରସ୍କୃତ କରାଯାଇଥିଲା ବୋଲି କହିଥିଲେ । କାର୍ଯ୍ୟକ୍ରମରେ ପରିଷଦର ସଂପାଦକ ବେଣୁଧର କର, ସାଂସ୍କୃତିକ ସଂପାଦକ ବିଜୟ କୁମାର ଦିକ୍ଷୀତ, ଆଦର୍ଶ ଯୁବପରିଷଦର ଆବାହକ ଅକ୍ଷୟ କୁମାର ସାମଲ, ବାଙ୍କୀ ରଜମହୋତ୍ସବର ସଂପାଦକ ଅଶୋକ କୁମାର ଗିରି, ବରିଷ୍ଠ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, ପ୍ରକୃତି ବନ୍ଧୁ ଦୀପକ କୁମାର ସାମନ୍ତରା, କବି ବଂଶୀଧର ମହାପାତ୍ର, କବିଲଲାଟେନ୍ଦୁ ପଣ୍ଡା , ଶିକ୍ଷାବିତ୍ ମନୋଜ କୁମାର ରାଉତ, ସମାଜସେବୀ ପ୍ରସନ୍ନ କୁମାର ପ୍ରଧାନ, କଂଗ୍ରେସ ରଣା ପ୍ରମୁଖ ଯୋଗଦାନ କରି ସ୍ୱର୍ଗତ ବେହେରା ନିଜେ ଗୀତିନାଟ୍ୟ ରଚନା କରିବା ସହିତ ନିର୍ଦ୍ଦେଶନା ଦେବାର ତାଙ୍କର ସ୍ୱତନ୍ତ୍ରତା ଥିଲା ବୋଲି ଅତିଥିମାନେ କହିଥିଲେ । ପରିଷଦ ପରସରରେ ଥିବା ସ୍ୱର୍ଗତ ବେହେରାଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ନୃତ୍ୟଗୁରୁ ମହେଶ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରି ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ by Proprietor Abhimanyu Maharana June 20, 2026 ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ by Proprietor Abhimanyu Maharana June 20, 2026 ପୁରୀ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ସାମିଲ ହେଲେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ by Proprietor Abhimanyu Maharana June 20, 2026 ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା by Proprietor Abhimanyu Maharana June 20, 2026 Malabar Gold & Diamonds Unveils 'Nuwa', a Natural Diamond Collection Inspired by Nature's Finest Creations by Proprietor Abhimanyu Maharana June 20, 2026 ଘରୁ ଡାକି ନେଇ ଯୁବକଙ୍କୁ ପିଟି ପିଟି ନିର୍ମମ ହତ୍ୟା : ଗିରଫ ଦାବୀରେ ରାସ୍ତା ଅବରୋଧ by Proprietor Abhimanyu Maharana June 20, 2026