ବାଙ୍କୀ କଲେଜରେ ସ୍କାଉଟ୍ସ ଓ ଗାଇଡ୍ସର ୭୫ତମ ପ୍ରତିଷ୍ଠା ଦିବସ ପାଳିତ

୦୯ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ଆଜି ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ରୋଭର ରେଞ୍ଜର ସଂସ୍ଥା ଆନୁକୁଲ୍ୟରେ ଭାରତ ସ୍କାଉଟ୍ସ ଓ ଗାଇଡ୍ସର ୭୫ତମ ପ୍ରତିଷ୍ଠା ଦିବସ କଲେଜ ପରିସରରେ ପାଳିତ ହୋଇଯାଇଛି । ଚଳିତ ବର୍ଷ ଭାରତ ସ୍କାଉଟ୍ସ ଗାଇଡ୍ସର ପ୍ଲାଟିନିୟମ୍ ଜୟନ୍ତୀ ପାଳନ ଅବସରରେ ସ୍କାଉଟ୍ସ ଓ ଗାଇଡ୍ସର ଇତିହାସ ଓ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା । ରେଞ୍ଜର ଲିଡର ଭୂପତି ଭୂଷଣ ପ୍ରଧାନ ଓ ରେଞ୍ଜର ଲିଡର ଅଧ୍ୟାପିକା ଦେବସ୍ମିତା ରାଉତଙ୍କ ତତ୍ତ୍ୱାବଧାନରେ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।

ମୁଖ୍ୟଅତିଥି ଭାବେ ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ରୋଭରରେଞ୍ଜର ସ୍ୱେଚ୍ଛା ସେବୀମାନଙ୍କର ସମାଜମୂଳକ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ ଚଳିତ ବର୍ଷ ପ୍ଲାଟିନିୟମ୍ ଜୁବୁଲି ଅବସରରେ ସ୍ୱେଚ୍ଛାସେବୀମାନେ ନିଜ ନିଜ ଗ୍ରାମରେ ସେବାମୂଳକ କାର୍ଯ୍ୟରେ ନିୟୋଜିତ ହେବାପାଇଁ ପ୍ରାଧ୍ୟାପକ ମହାପାତ୍ର ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ମହିଳା ଏନ୍‌.ସି.ସି ଅଧକାରିଣୀ ଅଧ୍ୟାପିକା ସାଗରିକା ଦାସ ଯୋଗଦାନ କରିଥିଲେ । ରେଞ୍ଜର ଲିଡର ଅଧ୍ୟାପିକା ଦେବସ୍ମିତା ରାଉତ ସ୍ୱାଗତ ଭାଷଣ ପ୍ରଦାନ ସହ ଭାରତ ସ୍କାଉଟ୍ସ ଗାଇଡ୍ସର ଇତିହାସ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ପତାକା ଉତ୍ତୋଳନ କରାଯିବା ସହ ସ୍ୱେଚ୍ଛାସେବୀମାନେ ସ୍ୱାଗତ ସଂଗୀତ ଓ ସ୍କାଉଟ୍ସ ସଂଗୀତ ଗାନ କରିଥିଲେ ।

Exit mobile version