Home ଓଡ଼ିଶା ,ପଡିଆବାହାଲ ଠାରେ ବ୍ଳକ ସ୍ତରୀୟ ପ୍ରଧାନ ଶିକ୍ଷକମାନଙ୍କ ବୈଠକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୯ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଅଧିନସ୍ଥ ଉଚ୍ଚ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକ ମାନଙ୍କ ଏକାଦଶତମ ବ୍ଲକ୍ ସ୍ତରୀୟ ସମ୍ମିଳନୀ ପଡିଆବାହାଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ରେ ପ୍ରଧାନଶିକ୍ଷକ ସୁଶୀଳ କୁମାର ଭୋଇ ଙ୍କ ଅଧ୍ଯକ୍ଷତା ରେ ଆୟୋଜିତ ହୋଇଯାଇଛି । ମୁଖ୍ଯ ଅତିଥି ରୂପେ ଏବିଇଓ ତଥା ବିଆରସିସି ରୁଦ୍ରଦେବ ଷଡଙ୍ଗୀ, ସମ୍ମାନିତ ଅତିଥି ରୂପେ ନାନ୍ଦୁପଲା ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶିବ ପ୍ରସାଦ ମେହେର, ଲୁହାସିଙ୍ଗା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ଯକ୍ଷ ରାଧାକାନ୍ତ ସୁଆର , ଖପ୍ରାଖୋଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଇସ୍ପାଲ ସୁନା ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷକ ବାଲକୃଷ୍ଣ ପୁରୋହିତ ଅତିଥି ମାନଙ୍କ ଦ୍ବାରା କରାଯାଇଥିବା ପୂଜାକାର୍ଯ୍ୟ ରେ ମନ୍ତ୍ର ପାଠ କରିଥିଲେ । ଶିକ୍ଷକ ପ୍ରଦୀପ୍ କୁମ୍ଭାର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସର ରେ ଆକାଂକ୍ଷୀ କାର୍ଯ୍ୟକ୍ରମ, ଖାନ ଏକାଡେମୀ, ମୋ ସ୍କୁଲ ଅଭିଯାନ, ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର, ଆଦି ପ୍ରମୁଖ ବିଷୟ ରେ ଆଲୋଚନା ହୋଇଥିଲା । ଆଗାମୀ ଦିନ ରେ କିପରି ଛାତ୍ରଛାତ୍ରୀ ମାନେ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ରେ ଏ ଗ୍ରେଡ୍ ପାଇବେ ସେଥିପ୍ରତି ସମସ୍ତେ ଯତ୍ନବାନ୍ ହେବା ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ନିଃସ୍ୱାର୍ଥପର ଭାବରେ ଚେଷ୍ଟା କରିବା ଉଚିତ୍ ବୋଳି ଧଣ୍ଡାମୁଣ୍ଡା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ପାତ୍ର ମତ ରଖିଥିଲେ । ମଧ୍ଯାହ୍ନ ଭୋଜନ ପରେ ଡି.ଏସ୍.ଓ ଏହି ସମ୍ମିଳନୀ ରେ ଯୋଗଦେଇ ଆକାଂକ୍ଷୀ କାର୍ଯ୍ୟକ୍ରମ , ପନ୍ଚସଖା ଶିକ୍ଷାସୂଚୀ, ଜାତୀୟ ଉପଲବ୍ଧି ସର୍ବେକ୍ଷମ ଉପରେ ପୁଂଖାନୁପୁଂଖ ଆଲୋଚନା କରିଥିଲେ ।ସ୍ରୁଜନୀ ,କ୍ରୀଡାଗଂନ, କୌଶଲୀ , ଜିଂଗାସା ର ତଥ୍ଯ ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ । ଖପ୍ରାଖୋଲ ବ୍ଲକ୍ ର ସମସ୍ତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ମାନେ ଯୋଗଦେଇ ଆଲୋଚନା ରେ ଭାଗ ନେଇ ଥିଲେ । ପଡିଆବାହାଲ ଉଚ୍ଚ ବିଦ୍ୟାଳୟ ର ଅଶୋକ ମେହେର, ପ୍ରମୋଦ ମେହେର, ଉପେନ୍ଦ୍ର ପଧାନ, ରାକ୍ଷୀ ଦାସ, ଭାରତି ବେଣ୍ଟକାର, ଲେକ୍ରୁ ଧରୁଆ , ଚିତ୍ତ ରଂଜନ ସାହୁ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଏହି ସମ୍ମିଳନୀ ର ବିଭିନ୍ନ କାର୍ଯ୍ୟକ୍ରମ ରେ ସାହାଯ୍ୟ ସହଯୋଗ କରିଥିଲେ । ଶେଷରେ ପ୍ରଧାନଶିକ୍ଷକ ଭୋଇ ସମସ୍ତ ଙ୍କୁ ଧନ୍ଯବାଦ ଦେଇ ସମ୍ମିଳନୀ ର ସଭାକାର୍ଯ୍ୟ କୁ ଶେଷ କରିଥିଲେ । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ଓଡିଶା ପ୍ରାନ୍ତର ଏକ ନମ୍ବର ହେବ ପୁରୀ ଯୋଗଜିଲ୍ଲା : ମନମୋହନ by Proprietor Abhimanyu Maharana September 20, 2026 ୨୬ତମ ଗଣପତି ମହୋତ୍ସବ ଉଦଯାପିତ by Proprietor Abhimanyu Maharana September 20, 2026 ଓଡ଼ିଶା କ୍ରାଫ୍ଟ ଓଡିସି ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରା ସମ୍ପର୍କିତ ବିସ୍ତୃତ ତଥ୍ୟ ଥିବା ଦ୍ୱିଭାଷୀ ପୁସ୍ତକ ଚାନ୍ଦୁଆ : କାନୋପିଜ୍ ଅଫ୍ ଲେବର ପ୍ରଚଳନ କଲା by Proprietor Abhimanyu Maharana September 20, 2026 Odisha Craft Odyssey Launches Chandua : Canopies of Labour, a Bilingual Book Documenting Odisha’s Living Appliqué Traditions by Proprietor Abhimanyu Maharana September 20, 2026 ପରମ୍ପରା କଳା ବିକାଶ କେନ୍ଦ୍ର, ସେମଲା ତରଫରୁ ନୁଆଁଖାଇ ଭେଟ ସମାପନ by Proprietor Abhimanyu Maharana September 20, 2026 ନିଜ ଦୋଷ ଲୁଚାଇବା ପାଇଁ ଶିକ୍ଷକ ବନମାଳୀ ପ୍ରଧାନ ଙ୍କ ପ୍ରଚେଷ୍ଠା ଆରମ୍ଭ by Proprietor Abhimanyu Maharana September 20, 2026