ଓଡିଶା ଆଦିବାସୀ ଅଧିକାର ମଞ୍ଚର ବିକ୍ଷୋଭ

୦୯ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଓଡିଶା ଆଦିବାସୀ ଅଧିକାର ମଞ୍ଚ ମୋହନା ଓ ଆର,ଉଦୟଗିରି ଆଞ୍ଚଳିକ କମିଟି ପକ୍ଷରୁ ଆଦିବାସୀ ମହିଳା ଓ ପୁରୁଷମାନେ ଶୋଭାଯାତ୍ରାରେ ମୋହନା ମିନି ଷ୍ଟାଡିୟମରୁ ବାହାରି ତହସିଲ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତହସିଲିଦାରଙ୍କ ଅନୁପସ୍ଥିତିରେ ତହସିଲ ସୁପରଭାଇଜର୍ ମିଖାଇଲ ରାଇକାଙ୍କୁ ଆଦିବାସୀଙ୍କ ହକ ସମ୍ବଜିତ ୫ଦଫା ଦାବିପତ୍ର ପ୍ରଦାନ କରିଥିଲେ।

ଭୂମିହୀନଙ୍କୁ ବାସଗୃହ ପଟ୍ଟା ପ୍ରଦାନ, ଦଖଲରେ ଥିବା ରାଜସ୍ବ ଜମିର ପଟ୍ଟ ମିଳିବା, ପଟ୍ଟା ପାଇଥିବା ଜଙ୍ଗଲ ଜମିର ସୀମା ଚିହ୍ନଟ ଲଖାରି ଅଞ୍ଚଳରେ ରହୁଥିବା ଆଦିବାସୀମାନଙ୍କୁ ବାସଗୃହ ପଟ୍ଟା ଯୋଗାଇ ଦେବାକୁ ଦାବି କରିଥିଲା ପରେ ବ୍ଳକ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ ସହ ବିଡିଓଙ୍କ ଅନୁପସ୍ଥିତିରେ ଏବିଡିଓ ରମାକାନ୍ତ ଚୌଧୁରୀଙ୍କୁ ୯ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ ।

ଦାବି ଗୁଡିକ ମଧ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତୀ ଆବାସ, ତିନିଶହ ୟୁନିଟ ପର୍ଯ୍ୟନ୍ତ ମାଗଣା ମେଡିକଲରେ ଆବଶ୍ୟକୀୟ ଡାକ୍ତର ନିଯୁକ୍ତି ଆଦି ଦାବି ରହିଥିଲା । ଓଡିଶା ଆଦିବାସୀ ଅଧିକାର ମଞ୍ଚର ରାଜ୍ୟ ସଭାପତି ଦଣ୍ଡପାଣି ରଇତଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଆଦିବାସୀ ନେତା ଗୋକୁଳ ଦଳବେହେରା, ସୁନାମ ମଣ୍ଡଳ, ହୁଷୟ ରଇତ, ସଣ୍ଡୁ ମଣ୍ଡଳ, ତ୍ରିନାଥ ରଇତ, ସୁରେନ୍ଦ୍ର ମଳିକଙ୍କ ସମେତ ପ୍ରାୟ ୧ ହଜାର ଆଦିବାସୀ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।

Exit mobile version