ବ୍ଳକସ୍ତରୀୟ ରାମଗିରି ଠାରେ ସରୀଗିଫୁଲ ଅନୁଷ୍ଠିତ

୦୯ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଆର,ଉଦୟଗିରି ବ୍ଳକ ଅନ୍ତର୍ଗତ ରାମଗିରି ସ୍ଥତ ସରକାରୀ (ମଙ୍ଗଳ ବିଭାଗ) ଉଛ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁସୂଚୀତ ଜନଜାତି ଓ ଅନୁସୂଚୀତ ଜନଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ବ୍ଳକସ୍ତରୀୟ ଶିଶୁ ମହୋତ୍ସବ “ସରିଗିଫୁଲ ଉତ୍ସବ ୨୦୨୪ ” କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଜିଲ୍ଲା ମଙ୍ଗଳ ଅଧିକାରୀ ମମତା ରାଣୀ ପରିଡାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆର,ଉଦୟଗିରି ବ୍ଳକର ୧୫ଗୋଟି ବିଭାଗୀୟ ବିଦ୍ୟାଳୟ ଗୁଡିକରୁ ପ୍ରାୟ ୩୩୫ଜଣ ପ୍ରତିଯୋଗୀତା ନୃତ୍ୟ, ସଂଗୀତ, ବକ୍ତୁତା ଆଦି ୧୨ଟି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆର,ଉଦୟଗିରି ବିଡିଓ ଲରିମନ ଖର୍ସେଲ , ରାମଗିରି ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ମୁଖ୍ୟ ବକ୍ତା ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ୍ୟ ଲକ୍ଷ୍ମୀନାରାୟଣ ଶବର ତଥା ସମ୍ମାନୀତ ଅତିଥି ଭାବେ ଛେଳିଗଡ ବୃହତ୍ ଜଳସେଚନ ପ୍ରକଳ୍ପ ପ୍ରଶାସନ ରବିନ୍ଦ୍ର ନାଥ କହଁର, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପିବିତ୍ର ପଣ୍ଡା, ଡ. ବ୍ରଜରାଜ କର, ଥାନା ଅଧିକାରୀ କେ, ଶଙ୍କର ରାଓ, ସ୍ଥାନୀୟ ସରପଞ୍ଚ, ଜିଲ୍ଲାପରିଷଦ ସଭ୍ୟ ଦଣ୍ଡପାଣି ବଡମୁଣ୍ଡି ବିଦ୍ୟାୟଳ ପରିଚାଳନା କମିଟି ସଭାପତି ରଘୁନାଥ ବଡମୁଣ୍ଡି ପ୍ରମୁଖ ଯୋଗଦେଇ ସ୍ଥାନୀୟ କାଳ ସଂସ୍କୃତିକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆକୃଷ୍ଟ କରାଇବା ଦିଗରେ ସରୀଗିଫୁଲ ଏକ ଉକୃଷ୍ଟ ମାଧ୍ୟମ ହେବ ବୋଲି ମତବ୍ୟକ୍ତ କରିବା ସହ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

ପରିସ୍କାର ବିତରଣ କରାଯାଇଥିବା ବେଳେ ପ୍ରତ୍ୟେକ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଜିଲ୍ଲାସ୍ତରୀୟ ସରିଗିଫୁଲ କାର୍ଯ୍ୟକ୍ରମ ତାହା ପୁଣି ଏଇ ରାମଗିରି ଠାରେ ଅନୁଷ୍ଠିତ ହେବାର ସମ୍ଭାବନା ଥିବା ସୂଚନା ମିଳିଛି । ତେବେ ଉକ୍ତ କାର୍ଯ୍ୟକ୍ରମକୁ ଅଞ୍ଜିତ କୁମାର ପରିଛା ଓ ପ୍ରଦୀପ ନାୟକ ପରିଚାଳନା କରିଥିବା ବେଳେ ଆୟୋଜକ ରାମଗିରି ଉଛ ମାଧ୍ୟମିକ ବିଦ୍ୟାଳୟର ସମସ୍ତ କର୍ମଚାରି ପରିଚାଳନାରେ ସହଯୋଗ କରିଥିବା ବେଳେ ସମସ୍ତ ବିଦ୍ୟାଳୟର ଦାୟିତ୍ବରେଥିବା ଶିକ୍ଷକମାନଙ୍କ ସହ ଛାତ୍ରଛାତ୍ରୀ ଓ ଅବିଭାବକଗଣ ବହୁତ ସଂଖ୍ୟାରେ ଯୋଗଦେଇଥିଲେ ।

Exit mobile version