୦୯ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିରାକାରପୁର :-> ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ଅନ୍ତର୍ଗତ ନିରାକାରପୁର ରେଳ ଫାଟକରେ ଦୈନିକ ଯାତ୍ରୀ ଭିଡକୁ ନେଇ ଘୋର୍ ଚିନ୍ତାରେ ଅଛନ୍ତି ଯାତ୍ରୀ। ଘରୁ ବାହାରିଲା ବେଳେ ଠାକୁରଙ୍କ ସ୍ମରଣ କରି ଆସନ୍ତି କେମିତି ରେଳ ଫାଟକ ଭଲରେ ଅତିକ୍ରମ କରିବି। କାରଣ ଏହି ରେଳ ଫାଟକରେ ଦୈନିକ ଟ୍ରାଫିକ ଯାମ୍ ଯୋଗୁ ଛୋଟ ବଡ ଦୁର୍ଘଟଣା ସହ ହାତାହାତି ପର୍ଯ୍ୟନ୍ତ ଦେଖିବାକୁ ମିଳୁଥିଲେ ମଧ୍ଯ ରାଜ୍ଯ ଓ କେନ୍ଦ୍ର ସରକାର କୁମ୍ଭକର୍ଣ୍ଣ ନିଦ୍ରା ରେ ଶୋଇଥିବା ଦେଖିବାକୁ ମିଳୁଛି।

