Home ଓଡ଼ିଶା ଶିଶୁ ବିଦ୍ୟାମନ୍ଦିର ଆର୍ଯ୍ୟବିହାରରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୯ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :-> ନିରାକାରପୁର ଶିଶୁ ବିଦ୍ୟାମନ୍ଦିର ଆର୍ଯ୍ୟବିହାରରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୮୨୦ରୁ ଉର୍ଦ୍ଧ୍ବ ପ୍ରକଳ୍ପ ସ୍ଥାନ ପାଇଥିଲା । ଉଦ୍ଘାଟନ ଉତ୍ସବରେ କେ.ବି.ଡ଼ି.ଏ.ଭି. ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀମତୀ ବ୍ରତତି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ପ୍ରଦୀପ ପ୍ରଜ୍ଜ୍ଵଳନ କରି ବିଜ୍ଞାନମେଳାର ଶୁଭାରମ୍ଭ କରିବା ସହିତ ପ୍ରକଳ୍ପ ଗୁଡ଼ିକ ବୁଲି ଦେଖି ବିଜ୍ଞାନରେ ଆଗ୍ରହ ଥିବା ଛାତ୍ରଛାତ୍ରୀମାନଙ୍କର ଉଚ୍ଚ ପ୍ରଶଂସା କରିଥିଲେ। ବିଚ଼ାରକ ଭାବେ ଶଙ୍କର୍ଷଣ ପ୍ରଧାନ ପ୍ରାକ୍ତନ ଡ଼େମୋନଷ୍ଟ୍ରେଟର, ଦୁର୍ଗା ପ୍ରସାଦ ମିଶ୍ର ଡେମୋନଷ୍ଟ୍ରେଟର କେ.ବି.ଡ଼ି.ଏ.ଭି ମହାବିଦ୍ୟାଳୟ, ରଶ୍ମିକାନ୍ତ ପ୍ରଧାନ ଭଗବତୀ ଉଚ୍ଚ ବିଦ୍ୟାଳୟ , ସନ୍ଦିପନା ବେହେରା ଦାଶରଥି ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଯୋଗ ଦେଇଥିଲେ । ଉଦ୍ ଯାପନ ଉତ୍ସବରେ ସମ୍ମାନୀତ ଅତିଥି ରୂପେ ବିଦ୍ୟାଳୟର ସଂପାଦକ ବିଭୂତି ଭୂଷଣ ଆଚାର୍ଯ୍ୟ ପ୍ରତ୍ୟେକ ଅସମ୍ଭବକୁ ସମ୍ଭବ କରିବାର କ୍ଷମତା କେବଳ ବିଜ୍ଞାନର ଥାଏ ବୋଲି ମତ ବ୍ୟକ୍ତ କରିଥିଲେ l ଏହି ଉତ୍ସବରେ ବିଦ୍ୟାମନ୍ଦିରର ସହ – ସଭାପତି ବିଜୟ କୁମାର ଜୟସିଂହ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉସାହିତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ନଳିନୀ ରଥ ମଂଚ଼ ପରିଚାଳନା କରିଥିଲେ। ବିଦ୍ୟାଳୟର ଆଚାର୍ଯ୍ୟ ନିହାର ରଂଜନ ସାମନ୍ତସିଂହାର ମଂଚାସୀନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ l ପ୍ରାତଃ ପର୍ଯ୍ୟାୟର ପ୍ରମୁଖ ବିନୋଦ ବିହାରୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ l ବରିଷ୍ଠ ବିଭାଗର ପ୍ରଥମ ସ୍ଥାନ – ସନ୍ତୋଷ ବଳିୟାରସିଂହ, ଦ୍ୱିତୀୟ ସ୍ଥାନ-ଶ୍ଵାତୀ ନିଶଙ୍କ , ତୃତୀୟ ସ୍ଥାନ- ଶୁଭଶ୍ରୀ ପ୍ରଧାନ ,ଉପବରିଷ୍ଠ ବିଭାଗର ପ୍ରଥମ ସ୍ଥାନ- କୃଷ୍ଣାର୍ପିତା ଷଡ଼ଙ୍ଗୀ , ଦ୍ୱିତୀୟ ସ୍ଥାନ ଏସ୍ .ଆର.ଶୁଭ୍ରାଂଶୁ ନାୟକ , ତୃତୀୟ ସ୍ଥାନ ବିଶ୍ଵଜିତ୍ ସ୍ୱାଇଁ କନିଷ୍ଠ ବିଭାଗର ପ୍ରଥମ ସ୍ଥାନ- ସୁଶ୍ରୀ ସ୍ଥିତି ପ୍ରଜ୍ଞା ଦ୍ୱିତୀୟ ସ୍ଥାନ ଆରାଧ୍ୟା ବେହେରା ଯୁଗ୍ମତୃତୀୟ ସ୍ଥାନ ତୟୋରାଜ ରାଉତରାୟ , ରୋଶନ କୁମାର ବଳବନ୍ତରାୟ ଉପକନିଷ୍ଠ ବିଭାଗର ପ୍ରଥମ ସ୍ଥାନ ରିତିକା ପ୍ରଧାନ ଦ୍ୱିତୀୟ ସ୍ଥାନ ଏସ୍ .ଏସ୍. ସ୍ନେହମୟୀ ସ୍ଥାନ ଯୁଗ୍ମ ତୃତୀୟ- ଇତିଶ୍ରୀ ବେହେରା , ସତ୍ୟଜିତ୍ ସାହୁ ଅଧିକାର କରିଛନ୍ତି । କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିରର ଆଚାର୍ଯ୍ୟ କୃଷ୍ଣଚନ୍ଦ୍ର ଛୋଟରାୟ , ଶକ୍ତି ପ୍ରସାଦ ଚାଉପଟ୍ଟନାୟକ, ଗୋପାଳ ଚ଼ନ୍ଦ୍ର ବେହେରା , ଲଲାଟ କୁମାର ସାହୁ, ଆଚାର୍ଯ୍ୟା ସନ୍ଧ୍ୟାରାଣୀ ବାହିନୀପତି , ମାମୁନୀ ତାଡ , ବୈଶାଖୀ ପ୍ରଧାନ ,ସୁଭଶ୍ରୀ ଜେନା ,ବନୀତା ମଙ୍ଗରାଜ ଓ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ସାହିତ୍ୟିକ ଆଲୋଚନା ଓ କବିତା ପାଠୋତ୍ସବ by Proprietor Abhimanyu Maharana October 13, 2026 ଯୁବକଙ୍କୁ ଘରୁ ଘୋଷାଡ଼ି ଆଣି ନିର୍ମମ ହତ୍ୟା, ୨ ଅଭିଯୁକ୍ତ ଅଟକ by Proprietor Abhimanyu Maharana October 13, 2026 କଣ୍ଟାବାଞ୍ଜିରେ କିନ୍ନର ସମାଜ ପକ୍ଷରୁ ଭବ୍ୟ ନବରାତ୍ରୀ ପୂଜା, ସହରବାସୀଙ୍କ ମଙ୍ଗଳ କାମନା by Proprietor Abhimanyu Maharana October 12, 2026 ମର୍ଦ୍ଦରାଜ ପୁର ପୁରୁଣା ସାହି, ବୋଦଶା ଗାଁ ରାସ୍ତା ର ଅବସ୍ଥା ଶୋଚନୀୟ by Proprietor Abhimanyu Maharana October 12, 2026 ଜିଲ୍ଲା ସ୍ତରୀୟ ମହକ ଓ ଉତ୍ସାହ ୨୦୨୬ ଅନୁଷ୍ଠିତ by Proprietor Abhimanyu Maharana October 12, 2026 ଦିନରେ ବାଲିବନ୍ତ ରୁ ବାଲି ଚୋରି ଧୃତରାଷ୍ଟ୍ର ପରି ବସିଛି ପ୍ରଶାସନ : ଭୁଶୁଡି ପଡିବ ହରିସହଦେବ ମନ୍ଦିର by Proprietor Abhimanyu Maharana October 12, 2026