୦୯ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କାକୁ ଶନିବାର ରାଜ୍ୟର ବରିଷ୍ଠ ନେତା ବିଜୟ ମହାପାତ୍ର ଗସ୍ତ କରିଛନ୍ତି। ସେ ମୃତକଙ୍କ ପରିବାର ଲୋକଙ୍କୁ ଭେଟିବା ସହ ଅସୁସ୍ଥ ଥିବା ପରିବାର ଲୋକଙ୍କୁ ଭେଟିଛନ୍ତି। ମାଣ୍ଡିପଙ୍କାରେ କେଉଁ ପରିସ୍ଥିତିରେ ଆମ୍ବ ଟାକୁଆ ଖାଇଥିଲେ ସେନେଇ ପଚାରି ବୁଝିଥିଲେ। ଗାଁରେ ନିୟମିତ ପିଡ଼ିଏସ ଚାଉଳ ମିଳି ନ ଥିବା ବେଳେ ନଭେମ୍ବରରେ ଦିଆଯାଇଥିଲା ବୋଲି ଅଞ୍ଚଳବାସୀ ଜଣାଇଥିଲେ।

