ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ

୦୯ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗଜପତି ଜିଲ୍ଲା :-> ଗୁମ୍ମା ବ୍ଲକ ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଗ୍ରାମରେ ଅଲ୍ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସ୍ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।କୃଷ୍ଣଚନ୍ଦ୍ରପୁର ଗ୍ରାମର ଶତାଧିକ ଶ୍ରମିକ ମାନଙ୍କୁ ନେଇ ଏଇ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଗଜପତି ଜିଲ୍ଲା ଅଲ୍ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସ୍ ର ରଞ୍ଜନ କୁମାର ମହାପାତ୍ର,

ଇସ୍ରାଏଲ ମାଳି ଓ ଆରତୀ ପାଣି ଯୋଗ ଦେଇ ଶ୍ରମିକ ମାନଙ୍କୁ ଆଇନ୍ ଅନୁଯାୟୀ ଅଧିକାର ଓ ନିର୍ମାଣ ଶ୍ରମିକ କାର୍ଡ କିପରି ତିଆରି କରିବା ଏବଂ ଏହାର ବିଭିନ୍ନ ଉପକାରିତା ସଂପର୍କରେ ଆଲୋଚନା କରିଥିଲେ। ସୁନିଲ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କୃଷ୍ଣଚନ୍ଦ୍ରପୁର ଚର୍ଚ୍ଚ ର ପାଳକ ଆଚାର୍ଯ୍ୟ ହାଜାଏଲ୍ ପାଣି ଓ ଦିକନ୍ ସୁବୋଧ ଚନ୍ଦ୍ର ଲିମା ଉପସ୍ଥିତ ଥିଲେ ।

Exit mobile version