୦୯ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ପୁରୀ ଜିଲ୍ଲା ଗୋପ ବ୍ଲକ ବଣିଆସାହି ଗ୍ରାମ ପଞ୍ଚାୟତରେ ଅବସ୍ଥିତ ତଥା ସତ୍ୟ, ନ୍ୟାୟ ଓ ନିୟମର ଦେବତା ଭାବେ ପରିଚିତ ଶ୍ରୀ ଶ୍ରୀ ବାବା ବାଙ୍କେଶ୍ଵର ମହାଦେବଙ୍କ ମହା କ୍ଷୀର ସାଗର ମେଳା ପବିତ୍ର କାର୍ତ୍ତିକ ମାସର ଶେଷ ଶନିବାର ଉପଲକ୍ଷେ ଅନୁଷ୍ଠିତ ହୋଇଯାଇଛି। ମହା କ୍ଷୀର ସାଗର ମେଳା ପରିଚାଳନା ପରିଷଦ ଓ ଆଞ୍ଚଳିକ ଦୁଗ୍ଧ ସଂଗ୍ରହକାରୀ ଯାଦବ ସଙ୍ଘ ମିଳିତ ସହଯୋଗରେ ବାବାଙ୍କ ଚତୁର୍ଦ୍ଦଶତମ ବାର୍ଷିକ କ୍ଷୀର ସାଗର ଉତ୍ସବ ପାଳନ କରାଯାଇଛି। ସକାଳୁ ବାବାଙ୍କ ପୀଠକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିବା ଦେଖିବାକୁ ମିଳିଛି । ପ୍ରାୟ ୫୦ ରୁ ୬୦ ଟନ କ୍ଷୀରରେ ମହାଦେବଙ୍କ ସ୍ନାନ କରାଯାଇଥିବା ନେଇ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।
