Home ଓଡ଼ିଶା ବନାନୀ ପକ୍ଷରୁ ନାଟକ” ଅଭିନେତ୍ରୀ “ମଞ୍ଚସ୍ଥ ନିମନ୍ତେ ପ୍ରସ୍ତୁତି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୯ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> କନ୍ଧମାଳ ଜିଲ୍ଲାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ୨ ୧ ତମ ନାଟକ “ଅଭି ନେତ୍ରୀ ” ଆସନ୍ତା ନଭେମ୍ବର ଶେଷ ସପ୍ତାହ ରେ ଫୁଲବାଣୀ ର ସଭାଘର ଠାରେ ଦୁଇଦିନ ବ୍ୟାପି ମଞ୍ଚସ୍ଥ ହେବ l ଏଥିପାଇଁ ବୁଧବାର ବନାନୀ ଠାରେ ଅବସର ପ୍ରାପ୍ତ କମାଣ୍ଡାଣ୍ଟ ତଥା ବରିଷ୍ଠ କଳାକାର ନବୀନ କିଶୋର ପଣ୍ଡା, ସାଧାରଣ ସମ୍ପାଦକ ସୁନୀଲ ପଟନାୟକ ଙ୍କ ଦ୍ୱାରା ନାଟକବହି ପୂଜା ଅନୁଷ୍ଠିତ ହୋଇଥିଲା l ପରେ କଳାକାର ମାନଙ୍କ ଦ୍ୱାରା ରୀତିମତ ରିଅରସଲ ଆରମ୍ଭ ହୋଇଥିଲା l ଲେଖକ ଲିଙ୍ଗରାଜ ନାହାକ ଙ୍କ ଦ୍ୱାରା ଲିଖିତ “ଅଭିନେତ୍ରୀ ” ଏକ ସାମାଜିକ ନାଟକ l ଅନ୍ୟ ମାନଙ୍କ ମଧ୍ୟରେ ବନାନୀ କଳା ସଙ୍ଗମ ର ସଭାପତି ଡ଼ଃ. ଅରୂପ ଜେନା, ସାଧାରଣ ସମ୍ପାଦକ ସୁନୀଲ ପଟନାୟକ, ସଂଗଠନ ସମ୍ପାଦକ ଅଶୋକ ପରିଡା ପ୍ରମୁଖ ଯୋଗ ଦେଇ ନାଟକ ର ସଫଳତା କାମନା କରିଥିଲେ l ସେହିପରି ନାଟକ ର ବିଭିନ୍ନ ଭୂମିକାରେ ଯୁଧିଷ୍ଠିର ମହାନ୍ତି, ବିଭୁତି ପଣ୍ଡା, ସୁକାନ୍ତ ବେହେରା,ସୁର ପ୍ରସାଦ ନାୟକ, ନବୀନ କିଶୋର ପଣ୍ଡା, ବିନୋଦ ସାହୁ ଅଭିନୟ କରୁଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ବିରଜା ପ୍ରସାଦ ନାହାକ, ପ୍ରଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ନାଟକ ର ନିର୍ଦେଶନା ଦେଉ ଛନ୍ତିଡ଼ ଅରୂପ କୁମାର ଜେନା,ପ୍ରଭାତ କୁମାର ଦାସ,ଓ ବିଜୟ ପଟନାୟକ, ନାଟକ ର ଲାଭଂlଶ ଅର୍ଥ ଜିଲ୍ଲା ରେଡକ୍ରସ ସଂସ୍ଥା କୁ ଦିଆଯିବ ବୋଲି ନିଷ୍ପତି ହୋଇଛି l Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026 ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ by Proprietor Abhimanyu Maharana September 29, 2026 ବିଶ୍ୱ ଜଳାତଙ୍କ ଦିବସ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 29, 2026