Home ଓଡ଼ିଶା ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କ ଦ୍ୱାରା ସୁଗଡବାଡିରେ ପୁଷ୍ଟି ଖାଦ୍ୟ ମେଳା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୯ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ରାଇକିିଆ ଶ୍ରୀ ଅନ୍ନ୍ କାର୍ଯ୍ୟକ୍ରମ ର ମିଳିତ ଉଦ୍ୟମ ଏବଂ ଜିଲ୍ଲା କୃଷି ବିଭାଗ ଙ୍କ ଆର୍ଥିକ ସହାୟତା ରେ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ଦୁଇଦିନିଆ ଖାଦ୍ୟ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ଧରି ଚାଲିବାକୁ ଥିବା କାର୍ଯ୍ୟକ୍ରମ ରେ ଲାମ୍ବାଡିକିଆ ଓ ସୁଗଡବାଡି ଗ୍ରମର ମା ଲକ୍ଷ୍ମୀ , ଆଲ୍ଫା, ଅଲିଭା, ଓ ଜୀବନ ଜ୍ୟୋତୀ ମହିଳା ସ୍ୱୟଂସହାୟକ ଦଳ ସାମିଲ ହୋଇଥିବା ବେଳେ ସୁଗଡବାଡି ସରପଂଚ ସୁରଞନ ପ୍ରଧାନ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ମହିଳା ଦଳ ର ସଭ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ରାଇକିଆ ବ୍ଲକ୍ କୃଷି ଅଧିକାରୀ ସଚିନ୍ଦ୍ର କୁମାର ସେଠୀ ଅତିଥି ଭାବେ ଉପସ୍ଥିତ ରହି ପ୍ରଦର୍ଶୀତ ହୋଇଥିବା ୩୦ ରୁ ଅଧିକ ପ୍ରକାର ର ପ୍ରସ୍ତୁତ ଖାଦ୍ୟର ତିଆରି ପ୍ରଣାଳୀ ସ୍ୱୟଂସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ପଚାରି ବୁଝିବା ସହ ଏହାର ଉପକାରିତା ବିଷୟ ରେ ବୁଝାଇଥିଲେ । ଏଥିସହ ରାଇକିଆ ବ୍ଲକ୍ ସହ କୃଷି ଅଧିକାରୀ ସୁଦିପ୍ତା ପ୍ରଧାନ, ସମନ୍ୱିତ ଶିଶୁ ବିକାଶ ର ମହିଳା ପରିଦର୍ଶୀକା ଅଞନା ପ୍ରଧାନ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଶିଶାନ୍ତ କୁମାର ପ୍ରଧାନ ଓ ଲାମ୍ବାଡିକିଆ ର ପଂଚାୟତ ପ୍ରତିନିଧି ଲୋକନାଥ ପ୍ରଧାନ ପ୍ରମୁଖ ଯୋଗ ଦେଇ ପାରମ୍ପରିକ ଢାଂଚାରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ମଧ୍ୟରେ ମାଣ୍ଡିଆ ପ୍ରସ୍ତୁତି ଦାନ୍ତଖିଲି, ନିମିକି, ପତ୍ର ପିଠା, ରାଷ୍କୋ, ମହୁ ଘର, ମଣ୍ଡା ପିଠା, ପତ୍ର ପୋଡା, କଖାରୁ ପୋଡ ପିଠା, କୁଏରି ଭାତ,ସଜନା କାଞି, ମକା ଳଡୁ, କୁଏରି କ୍ଷିରି, ବଦାଲି କାଞି ରହିଥିବା ବେଳେ ସ୍ୱାତୀ ଅନୁଷ୍ଠାନର ବରିଷ୍ଠ କର୍ମୀ ସୁସ୍ମିତା ଜେନା ସାମିଲ ହୋଇ ମହିଳା ଓ ଚାଷୀ ମାନଙ୍କୁ ପାରମ୍ପରିକ ଖାଦ୍ୟ ର ଉପକାରିତା ଓ ସ୍ୱାସ୍ଥ୍ୟଗତ ଦୃଷ୍ଟିକୋଣ ରୁ ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ । ଗିରିଶ ଚନ୍ଦ୍ର ସାମାଲ ଭାଗନେଇ ଉତମ ସ୍ୱାସ୍ଥ୍ୟ ପାଇଁ ଏହାର ଆବଶ୍ୟକତା ବିଷୟରେ ଅବଗତ କରାଇଥିଲେ । କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ବରିଷ୍ଠ କର୍ମୀ ଅନ୍ନପ୍ୟର୍ଣ୍ଣା ପ୍ରଧାନ ପରିଚାଳନା କରିଥିବାବେଳେ କୃତିମାଶ ପ୍ରଧାନ, ପ୍ରଶନ୍ନ ବାରିକ, ହୃଷିକେଶ ଅମାୟତ ଓ ସଞୟ ବେହେରା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026 ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ by Proprietor Abhimanyu Maharana September 29, 2026 ବିଶ୍ୱ ଜଳାତଙ୍କ ଦିବସ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 29, 2026