Home ଓଡ଼ିଶା ଟିପିଏସ୍ଓଡିଏଲ୍ ପକ୍ଷରୁ ଦକ୍ଷିଣ ଓଡ଼ିଶାରେ ପଥପ୍ରାନ୍ତ ନାଟକ ଆୟୋଜିତ – ନାଟକ ମାଧ୍ୟମରେ ଦିଆଯାଉଛି ଦୁର୍ନୀତି ବିରୋଧୀ ସଚେତନତା ବାର୍ତ୍ତା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୯ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବ୍ରହ୍ମପୁର/ନଭେମ୍ବର :-> ଭିଜିଲାନ୍ସ ସଚେତନତା ମାସ ପାଳନ ଅବସରରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନାଟକ (ନୁକ୍କଡ଼ ନାଟକ) ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମ ଦ୍ଵାରା ସଚ୍ଚୋଟତା, ସ୍ୱଚ୍ଛତା ଏବଂ ନୈତିକ ଶାସନର ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ବାର୍ତ୍ତା ଦିଆଯାଉଛି । ଏହି ପଦକ୍ଷେପ ଗୋଷ୍ଠୀ ସମ୍ପର୍କ ଏବଂ ସଚେତନତା ମାଧ୍ୟମରେ ଏକ ଦୁର୍ନୀତିମୁକ୍ତ ପରିବେଶ ସୃଷ୍ଟି କରିବା ଦିଗରେ ଟିପିଏସ୍ଓଡିଏଲର ପ୍ରତିବଦ୍ଧତାକୁ ଦର୍ଶାଉଛି। ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାର ୬ଟି ସର୍କଲରେ ଭଞ୍ଜନଗର, ବୌଦ୍ଧ, ଆସିକା, ବ୍ରହ୍ମପୁର, ଫୁଲବାଣୀ, ଦିଗପହଣ୍ଡି ଓ ରାୟଗଡ଼ା ଭଳି ପ୍ରମୁଖ ସହର, ବ୍ଲକ୍ ସଦର ମହକୁମା ଓ ଗ୍ରାମାଞ୍ଚଳରେ ଏହି ନାଟକ ପରିବେଷଣ କରାଯାଇଥିଲା । ସଚେତନତାଧର୍ମୀ ନାଟକ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା । ଗ୍ରାମାଞ୍ଚଳରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଗ୍ରାମପଞ୍ଚାୟତ ସ୍ତରରେ ସଚ୍ଚୋଟତା ଶପଥ ପାଠ କାର୍ଯ୍ୟକ୍ରମ ସହ ସ୍ଥାନୀୟ ଗୋଷ୍ଠୀ ଓ ପ୍ରଶାସନିକ ସଂସ୍ଥାକୁ ଲକ୍ଷ୍ୟ କରି ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ରାୟଗଡ଼ା ସର୍କଲର ସାନ୍ଧୁବାଡ଼ି, ଜିରାଙ୍ଗ ଓ ଗୁଣ୍ଟୁନା ଓ ଜୟପୁର ସର୍କଲର ବରିଗୁମା, କପ୍ତିଗୁଡା, କୁନ୍ଦୁଲି, ପଡ଼ୱା ଓ କୋଟପାଡ଼ ଆଦି ସ୍ଥାନରେ ଲୋକେ ଦୁର୍ନୀତିକୁ ଚିହ୍ନଟ କରିବା ନେଇ ମୂଲ୍ୟବାନ କଥା ଜାଣିବା ସହ ଦୈନନ୍ଦିନ କାର୍ଯ୍ୟରେ ସଚ୍ଚୋଟତାର ମହତ୍ତ୍ଵ ବିଷୟରେ ଜାଣିବାକୁ ପାଇଥିଲେ । ଯୁବଗୋଷ୍ଠୀଙ୍କ ପାଖରେ ପହଞ୍ଚିବା ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ଜୟପୁର, ବ୍ରହ୍ମପୁର ଓ ରାୟଗଡ଼ା ଅଞ୍ଚଳର ସ୍କୁଲ ଓ କଲେଜରେ ବକ୍ତୃତା ଆୟୋଜନ କରାଯାଇ “ଦୁର୍ନୀତିମୁକ୍ତ ଭବିଷ୍ୟତ ଗଢ଼ିବାରେ ଯୁବବର୍ଗଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା” ଉପରେ ଆଲୋକପାତ କରାଯାଇଥିଲା । ଏହି କାର୍ଯ୍ୟକ୍ରମଗୁଡ଼ିକ ଟିପିଏସ୍ଓଡିଏଲର ଉତ୍ତରଦାୟିତ୍ୱ ମନୋଭାବକୁ ସୁଦୃଢ଼ କରିଥାଏ, ଯାହା ଦ୍ୱାରା ଦକ୍ଷିଣ ଓଡ଼ିଶାର ଲୋକେ ଦୁର୍ନୀତି ବିରୋଧୀ ଲଢେଇରେ ଏକଜୁଟ ହୋଇପାରିବେ। ଏହି ବ୍ୟାପକ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଗୋଷ୍ଠୀକୁ ସଶକ୍ତ କରିବା, ଦୁର୍ନୀତିର କୁପ୍ରଭାବ ବିଷୟରେ ସଚେତନ କରିବା ଏବଂ ସ୍ୱଚ୍ଛତା ଓ ନୈତିକ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଟିପିଏସ୍ଓଡିଏଲ୍ ପ୍ରତିବଦ୍ଧ । Categories: ଓଡ଼ିଶା, ଗଞ୍ଜାମ, ବାଣିଜ୍ୟ, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026