Home ଓଡ଼ିଶା କନ୍ଧମାଳର ଅନ୍ଧ ପ୍ରଶାସନ ଆମ୍ବ ଟାକୁଆ ଖାଇ ଯାଏ ଜୀବନ ବିଚାର ବିଭାଗୀୟ ତଦନ୍ତ ହେଉ – ବ୍ରଜ ତ୍ରିପାଠୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> କନ୍ଧମାଳର ମାଣ୍ଡିପାଙ୍ଗା ଗାଁ ରେ ଯେଉଁ ଅଭାବ ର ଅଭାବନୀୟ ଦାରିଦ୍ର ଚିତ୍ର ଦେଖିଲୁ ସ୍ତମ୍ଭଵିଭୂତ ହୋଇଯିବେ.। ସରକାର ଯୋଜନା କରୁଛନ୍ତି କିନ୍ତୁ ଅବହେଳା ପାଇଁ ତାର ସୁଫଳ ଲୋକଙ୍କ ପାଖରେ ପହଂଚୁ ନାହିଁ। ଖାଦ୍ୟ ଅଭାବରେ ବିକଳ୍ପ ନଥିବାରୁ ବିକଳରେ ଆମ୍ବଟାକୁଆ ଖାଇ ମୃତ୍ୟୁ ବାରଣ କରିବା ରାଜ୍ୟ ପାଇଁ ଲଜ୍ୟା ର ବିଷୟ। କେନ୍ଦ୍ର ଦେଉଥିବା ମାସିକ ପାଞ୍ଚ କେଜି ଚାଉଳ ଯଥେଷ୍ଟ ନୁହେଁ। ଗରିବ ଆଦିବାସୀ ଦଳିତ ଶ୍ରମିକଙ୍କ ପାଇଁ ଏହି ଅଞ୍ଚଳରେ ଅନ୍ତଦୟ ଯୋଜନା ରେ ଅନ୍ତର୍ଭୂକ୍ତ କରିବାକୁ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରୁଛୁ.। ଏହି ଗାଁରେ କେହି ହେଲେ ସୁଭଦ୍ରା ଯୋଜନାରେ ଟଙ୍କା ପାଇ ନାହାନ୍ତି.। ସେହି ଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ମାତ୍ର 12ଜଣ ଘର ପାଇଛନ୍ତି। ଲୋକଙ୍କ ପାଖରେ କାମ ନାହିଁ..। ଆରଡ଼ିସ ତଦନ୍ତ କେବଳ ଆଖିଠାର ଛଡା କିଛି ନୁହଁ। ଏହି ଘଟଣା ର ବିଚାର ବିଭାଗୀୟ ତଦନ୍ତ କରିବା ଦରକାର.। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗଦାରପୁର ପଞ୍ଚାୟତରେ ମାଣ୍ଡିପଙ୍ଗା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ୨ ଜଣଙ୍କର ମୃତ୍ୟୁ ଓ ୬ ଜଣ ଗୁରୁତର ହୋଇ ଚିକିତ୍ସିତ ହେଇଥିବା ଦୁଃଖଦ ଘଟଣା ପରେ ଘଟଣାସ୍ଥଳକୁ ଯାଇ ସତ୍ୟାସତ୍ୟ ଅନୁସଂଧାନ କରି, ଫେରି ସାମ୍ବାଦିକ ମାନଙ୍କ ସକ୍ଷାତକାରରେ, ଲୋକନାୟକ ଜୟପ୍ରକାଶ ଆନ୍ତର୍ଜାତୀୟ ଅଧ୍ୟୟନ ବିକାଶ କେନ୍ଦ୍ର, ନୂଆଦିଲ୍ଲୀର ଜାତୀୟ ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ବ୍ରଜକିଶୋର ତ୍ରିପାଠୀ, ଜାତୀୟ ମାନବିକ ଅଧିକାର ଆୟୋଗର କୋର କମିଟି ସଦସ୍ୟ ତଥା HRFI ଅଧ୍ୟକ୍ଷ ଶ୍ରୀ ମନୋଳ ଜେନା ଓ ରାଜ୍ୟର ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରମୋଦ କୁମାର ସାମନ୍ତରାୟ କହିଥିଲେ ଯେ, କୁମ୍ଭାରା ମାଝିଙ୍କ ଝିଅ ୨୮ବର୍ଷର ରୁନୁ ମାଝି ଓ ଅନିଲ୍ ପାଟମାଝିଙ୍କ ପତ୍ନୀ ୨୫ ବର୍ଷ ରୋମିତା ପାଟମାଝି ମୃତ୍ୟୁ ଓ ଅନ୍ୟ ୬ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଘଟଣା ଦେଶର ଜାତୀୟ ଇତିହାସରେ ଏକ କ୍ରୂର ଓ ମର୍ମନ୍ତୁତ ଓ ଚିନ୍ତାର ବିଷୟ । ଓଡ଼ିଶାର ଦାରିଦ୍ର୍ୟ ଓ ଆମ୍ବଟାକୁଆ ଭଳି ଅଖାଦ୍ୟ ଖାଇବା ଘଟଣାକୁ ଏହା ସୁନିଶ୍ଚିତ କରିଛି । ଗତ ଅକ୍ଟୋବର ମାସ ୩୦ ତାରିଖ ସୁଦ୍ଧା ସେମାନଙ୍କୁ ବି.ପି.ଏଲ୍. କାର୍ଡ଼ରେ ତିନି ମାସର ଚାଉଳ ମିଳିନଥିବା ଯୋଗୁଁ ଏହି ଦୁଃଖଦ ଘଟଣା ଘଟିଲା । ନୂଆ ସରକାର ରାଜ୍ୟରେ ଆସିବା ପରେ, ବି.ପି.ଏଲ କାର୍ଡ଼ ସଂଶୋଧନ ନାମରେ ବିଗତ ୩ ମାସ ହେଲା ଚାଉଳ ପ୍ରଦାନରେ କଟକଣା କରୁଥିବାରୁ ସମସ୍ତ ୬ଟି ବି.ପି.ଏଲ୍. ଅନ୍ତର୍ଭୁକ୍ତ ଏହି ଅନୁସୂଚିତ ଜନଜାତିର ପରିବାର ଏହି ଦୁଃଖଦ ଘଟଣାର ଶୀକାର ହେଲେ I ରାଜ୍ୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଏଥିପାଇଁ ସଂପୂର୍ଣ୍ଣ ଦାୟି ବୋଲି ଶ୍ରୀ ତ୍ରିପାଠୀ, ଶ୍ରୀଜେନା ଓ ଶ୍ରୀ ସାମନ୍ତରାୟ ଅଭିଯୋଗ କରିଥିଲେ । ଏହି ଅବହେଳା ପାଇଁ ଦାୟୀ ସରକାରୀ କର୍ମଚାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବୀ କରିଥିଲେ । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଦ୍ୱାରା ତଦନ୍ତ ନିର୍ଦ୍ଦେଶ ଘଟଣାକୁ ଚାପି ଦେବାପାଇଁ ଏକ ହୀନ ଉଦ୍ୟମ, ଶ୍ରୀ ଜେନା ପ୍ରକାଶ କରି କହିଥିଲେ ଯେ ଜାତୀୟ ମାନବିକ ଅଧିକାର ଆୟୋଗଙ୍କ ନିକଟରେ ଜିଲ୍ଲା ଓ ବ୍ଳକ ପ୍ରଶାସନଙ୍କ ଅବହେଳା ବିରୁଦ୍ଧରେ କେଶ ଡାଏରେ କରାଯାଇଛି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026 ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ by Proprietor Abhimanyu Maharana September 29, 2026 ବିଶ୍ୱ ଜଳାତଙ୍କ ଦିବସ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 29, 2026