୦୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> କାର ସହ ବାଇକ୍ ଧକ୍କା ହେବା ଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ନୟାଗଡ ଜିଲ୍ଲା ନୂଆଗାଁ ଥାନା ୫୭ ନଂ ଜାତୀୟ ରାଜପଥ ଗଦାଧରପୁର ଠାରେ କାର ସହ ବାଇକ୍ ଧକ୍କା ହେବାରୁ ୩ ଜଣ ଗୁରୁତର ହୋଇଥିବା ଜଣା ପଡ଼ିଛି । ସୂଚନା ଥାଉକି ଆଜି ଦିନ ୧ ଘଟିକା ସମୟରେ ଏକ ହୁଣ୍ଡାଇ କାର ଗାଡି ନଂ (ଓଡ଼ି- ୦୨- ବିପି – ୭୩୧୪) ଗାଡି ବୁଲାଉଥିବା ବେଳେ ବିପରୀତ ଦିଗରୁ ଏକ ବଜାଜ ପଲସର ଗାଡି ନଂ- (ଓଡ଼ି – ୨୫କ୍ୟୁ – ୧୫୪୬) ଧୃତ ଗତିରେ ଆସି କାରକୁ ଧକ୍କା ଦେଇଥିଲା ।
ଏହା ଫଳରେ ବାଇକ୍ ରେ ବସିଥିବା ୩ ଜଣ ଛିଟିକି ପଡ଼ିଥିଲେ । ଘଟଣା ସ୍ଥଳରେ ନୂଆଗାଁ ପୁଲିସ ପହଞ୍ଚି ଗାଡି କୁ ଜବତ କରିବା ସହ ଆହତ ହୋଇଥିବା ୩ ଜଣଙ୍କୁ ପୁଲିସ ଗାଡ଼ିରେ ମହିପୁର ସି ଏଚ୍ଚ ସି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସ ସାହାଯ୍ୟରେ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଏନେଇ ନୂଆଗାଁ ଥାନା ରେ ଏକ ମାମଲା ରୁଜୁ କରାଯାଇଥିବା ଜଣା ପଡ଼ିଛି ।
