Home ଓଡ଼ିଶା ରୋଟାରୀ କ୍ଳବ୍ ନୟାଗଡ଼ ର ୩୫ତମ ପ୍ରତିଷ୍ଠା ଦିବସ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ରୋଟାରୀ ଜିଲ୍ଲା ୩୨୬୨ ଅନ୍ତର୍ଗତ ନୟାଗଡ଼ ରୋଟାରୀ କ୍ଳବ୍ ର ୩୫ ତମ ପ୍ରତିଷ୍ଠା ଦିବସ କ୍ଳବ୍ ସଭାପତି ରୋଟାରିଆନ୍ ଶ୍ରୀକାନ୍ତ କୁମାର ଖଟେଇଙ୍କ ଅଧ୍ଯକ୍ଷତାରେ ମହାଆଡ଼ମ୍ବର ସହକାରେ ପାଳିତ ହୋଇ ଯାଇଛି। ସକାଳ ୧୦ଟା ସମୟରେ ଆଜି କାର୍ଯ୍ୟକ୍ରମର ମୁଖ୍ଯ ଅତିଥି ୩୨୬୨ ଜିଲ୍ଲା ଗଭର୍ଣ୍ଣର ରୋଟାରିଆନ୍ ଜଜ୍ଞାଶିଷ ମହାପାତ୍ର ଓ ସମ୍ମାନିତ ଅତିଥି ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟେଇଙ୍କ କରକମଳରେ ରୋଟାରୀ ଭବନ ସମ୍ମୁଖରେ ଏକ ଶାନ୍ତି ସ୍ତମ୍ଭ ସ୍ଥାପନ କରାଯାଇଥିଲା । ଏହାପରେ ସ୍ଥାନୀୟ ବେବର୍ତ୍ତା ପଲ୍ଲୀ ଗ୍ରାମରେ ଗରିବ ହିତାଧିକାରୀ ମାନଙ୍କୁ ମଶାରୀ ବଣ୍ଟନ କରାଯାଇଥିଲା ବେଳେ ଚଣ୍ଡିବସ୍ତ ପ୍ରାଥମିକ ବିଦ୍ୟାଳୟ ପରିସରରେ ପାନୀୟ ଜଳ ବିତରଣ ପାଇଁ କ୍ଳବ୍ ତରଫରୁ ଏକ ଆକ୍ବାଗାର୍ଡ ସ୍ଥାପନ କରାଯାଇଥିଲା।ସନ୍ଧ୍ଯା ୦୬ ଘଟିକା ସମୟରେ କ୍ଳବ ସଭାପତି ଶ୍ରୀଯୁକ୍ତ ଖଟେଇଙ୍କ ଅଧ୍ଯକ୍ଷତାରେ କ୍ଳବ୍ ସଭାଗୃହରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଥିଲା।ରୋଟାରିଆନ୍ ପ୍ରସନ୍ନ କୁମାର ବସନ୍ତିଆ ଆୟୋଜିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ବକ୍ତବ୍ଯ ରଖିଥିଲା ବେଳେ ରୋଟାରିଆନ୍ ଗୋଦାବରୀଶ ସାହୁ ଆଜିର ପ୍ରତିଷ୍ଠା ଦିବସ ବିଷୟ ରେ ଆଲୋଚନା କରିଥିଲେ। ନୟାଗଡ଼ କ୍ଳବ ଆସିଷ୍ଟାଣ୍ଟ୍ ଗଭର୍ଣ୍ଣର ଆଦି ନାରାୟଣ ଖଣ୍ଡୁଆଳ ଅତିଥି ଭାବେ ଯୋଗଦେଇ କ୍ଳବ ର ପ୍ରତିଷ୍ଠାତା ସଦସ୍ଯ ମାନଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିବା ସହିତ ରୋଟାରିଆନ୍ ମାନଙ୍କର ଭୂମିକା ଓ ଅଧିକାର କର୍ତ୍ତବ୍ଯ ବିଷୟରେ ବକ୍ତବ୍ଯ ରଖିଥିଲା ବେଳେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ପୌରାଧ୍ୟକ୍ଷା ଶ୍ରୀମତୀ ଖଟେଇ ରୋଟାରୀ କ୍ଳବ ସଦସ୍ଯ ମାନଙ୍କର ସାମାଜିକ ସେବା କାର୍ଯ୍ୟ ଗୁଡିକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ବେଷ୍ଟ ରୋଟାରିଆନ୍ ଭାବେ ମିହିର ରଂଜନ ନାୟକ ଓ ମଦନ ମୋହନ ମହାପାତ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ରୋଟାରୀ କ୍ଳବ୍ ନୟାଗଡ଼ ର ସମସ୍ତ ସଦସ୍ଯ ମାନେ ପୂର୍ଣ୍ଣ ପ୍ରାଣରେ କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ କରିଥିଲା ବେଳେ ରୋଟାରୀ କ୍ଳବ୍ ନୟାଗଡ଼ର ସମ୍ପାଦକ ରୋଟାରିଆନ୍ ଅବିନାଶ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ। Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଐତିହାସିକ ଗାନ୍ଧୀ ପୀଠ ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୭ ତମ ଜନ୍ମ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଯୁବ ଉଦ୍ୟୋଗୀ ଟିଟନ ସାହୁଙ୍କୁ ବିଶ୍ୱସ୍ତରୀୟ ଉତ୍କର୍ଷ ସମ୍ମାନ ପ୍ରଦାନ by Proprietor Abhimanyu Maharana October 3, 2026 ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 3, 2026 ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ରାମଧୁନ୍ରେ ମୁଖରିତ ହେଲା ଗାଁ, ଦେଶସେବାର ଶପଥ ନେଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026