Home ଅପରାଧ ବାର୍ହା ଶିକାର ପାଇଁ ରଖାଯାଇଥିବା ବମ୍ ଖାଇ ଗାଇ ଗୁରୁତ୍ତର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ନିଘୋଡ଼ ନିଦ୍ରାରେ ବନବିଭାଗ । ଶିକାରୀଙ୍କ କବଳରେ ଦଶପଲ୍ଲା ବନାଂଚଳ । ଫାସ , ବିଷ , ଠାସ ଓ ବନ୍ଧୁକ ରେ ହେଉଛି ଅନ୍ଧାର୍ଦ୍ଧୁନ୍ ଶିକାର୍ । ଶିକାରୀ ମାନକଂ ଜାଲ,ଫାସ , ବମ୍ ଓ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଆହତ, କ୍ଷତାକ୍ତ ହେବା ସହିତ ମୃତ୍ୟୁବରଣ କରୁଛନ୍ତି ଗୃହପାଳିତ ପଶୁ ଓ ସାଧାରଣ ଜନତା । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ମଧ୍ୟଖଣ୍ଡ ପଞ୍ଚାୟତର ମହାଡିପଲ୍ଲୀ ଗ୍ରାମ୍ୟ ଜଙ୍ଗଲରେ ଶିକାରୀମାନେ ବାହା ଶିକାର କରିବା ପାଇଁ ରଖୁଥିବା ବାଣକୁ ଚୋବାଇ ଗୋଟିଏ ଗାଈ ଗୁରୁତର ହୋଇଛି । ଗୁରୁତର ଗାଈଟିର ପାଟି ବାଣ ବିସ୍ପୋରଣରେ ଛିନଛତ୍ର ହୋଇଯାଇଛି । ସୂଚନାରୁ ପ୍ରକାଶ, ମହାଡିପଲ୍ଲୀ ଗ୍ରାମର ଗୁରୁବାରି ନାୟକ ଗାଁର ୭୦ଟି ଗାଈ ଧରି ଜଙ୍ଗଲକୁ ଚରାଇବାକୁ ନେଇଥିଲେ। ଗାଈମାନେ ଚରୁଥିବା ବେଳେ ବାଣ ଫୁଟିବା ଶୁଣି ଘଟଣାସ୍ଥଳରେ ପହଞ୍ଚିଥିଲେ ଗୁରୁବାରି । ଦେଖୁବା ବେଳକୁ ଗୋଟିଏ ଗାଈର ପାଟି କ୍ଷତବିକ୍ଷତ ହୋଇ ନଷ୍ଟ I ହୋଇଯାଇଥିବା ବେଳେ ଗାଈଟି ଛଟପଟ ହେଉଥିଲା । ଖବର ପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଗାଈକୁ ଉଦ୍ଧାର କରି ଚିକିତ୍ସା କରିବା ପାଇଁ ଚେଷ୍ଟା କରିଥିଲେ। ତେବେ ଗାଈଟିର ଚିକିତ୍ସା ପାଇଁ ଏଠାରେ ସେଭଳି କିଛି ସୁବିଧା ନାହିଁ ବୋଲି ଡାକ୍ତର କହିଥିଲେ ଓ ଗାଈକୁ ଭୁବନେଶ୍ଵର ନେଇ ଚିକିତ୍ସା କରିବା ପାଇଁ ପରାମର୍ଶ ଦେଇଥିଲେ । ଏ ସମ୍ପର୍କରେ ଗାଈର ମାଲିକ ଚାଙ୍ଗୁଆ ନାୟକଙ୍କୁ ଯୋଗାଯୋଗ କରାଯିବାରେ ସେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଭୁବନେଶ୍ଵର ନେଇ ଗାଈକୁ ଚିକିତ୍ସା କରିପାରିବେ ନାହିଁ ବୋଲି କହିଛନ୍ତି। ବନ ବିଭାଗ ଚାଙ୍ଗୁଆ ଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । Categories: ଅପରାଧ, ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026